ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ; ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀ ମୃତ

Published By : Harapriya Sethi | July 27, 2025 1:02 PM

ରାଜଗାଙ୍ଗପୁର,୨୭/୦୭; ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ । ସ୍ତ୍ରୀର ଶାବଳ ମାଡ଼ରେ ଚାଲିଗଲା ସ୍ୱାମୀର ଜୀବନ । ମୃତକ ସୁଦୀପ ବାରା(୩୨ବର୍ଷ) ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, ଶନିବାର କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସୁଦୀପ ଓ ସ୍ତ୍ରୀ ସଙ୍ଗିତା ବାରା (୨୪ ବର୍ଷ)ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଘରେ ଥିବା ଏକ ଶାବଳରେ ସ୍ୱାମୀ ମୁଣ୍ଡକୁ ଆଘାତ କରିଥିଲେ । ଶାବଳ ମାଡ଼ରେ ସୁଜିତ ଅଚେତ ହୋଇ ପଡିଯାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ଜାଣି ପାରି ଅଭିଯୁକ୍ତ ସ୍ତ୍ରୀ ଦୁଇ ଛୋଟ ପୁଅଙ୍କୁ ଧରି କାଂଶବାହାଲ ଫାଣ୍ଡିରେ ପହଞ୍ଚି ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ରାଜଗାଙ୍ଗପୁର ଏସଡିପିଓ, ଥାନା ଅଧିକାରୀ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ଭିଆଇଥିବା ସ୍ତ୍ରୀକୁ ପୁଲିସ ଗିରଫ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.