ସୁନ୍ଦରଗଡ଼,୨୬ /୦୭: ଇବ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ବର୍ଷା ହେଉଥିବା ବେଳେ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାରେ ଲାଗିଛି । ହୀରାକୁଦ ଡ୍ୟାମ୍ରୁ ପାଣି ନିଷ୍କାସନ ହେଉନଥିବାରୁ ଇବ ନଦୀରେ ପାଣି ବଢିବାରେ ଲାଗିଛି । ସହରର ବର୍ଷା ପାଣି ନାଳ ବାଟଦେଇ ନିଷ୍କାସନ ହୋଇ ନପାରି ରାଣିବଗିଚା ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି ।
ବନ୍ୟା ପାଣି ହନୁମାନ ମନ୍ଦିର ଚାରିପଟେ ଘେରି ରହିଛି । ରାଣି ବଗିଚାରୁ ରାମ ମନ୍ଦିର ଦେଇ ଯାଇଥିବା ରାସ୍ତା ଉପରେ ପାଣି ରହିଥିବାରୁ ଗମନାଗମନ ବନ୍ଦ ହୋଇ ପଡ଼ିଛି । ରାଣିବଗିଚା ଲୋକେ ସ୍କୁଲ ବାଟ ଦେଇ ବୁଲିକି ଯିବା ଆସିବା କରୁଛନ୍ତି । ହୀରାକୁଦରୁ ପାଣି ନିଷ୍କାସନ ନହେଲେ ବନ୍ୟା ପରିସ୍ଥିତି ଜଟିଳ ହେବ ।