ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ପହିଲି ରଜରେ ରକ୍ତପାତ; ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ, ଛୁରାମାଡ଼ରେ ଯୁବକ ମୃତ !

Published By : Ankita S | June 14, 2025 3:16 PM

ଗଣିଆ,୧୪/୦୬: ରଜରେ ସବୁଠି ଉତ୍ସାହ-ଆନନ୍ଦ । ସମସ୍ତେ ଏହି ଗଣପର୍ବକୁ ଧୁିମ୍‌ଧାମ୍‌ରେ ପାଳନ କରୁଛନ୍ତି । ହେଲେ ପହିଲି ରଜରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ ବଚସାରୁ ରକ୍ତପାତ ହୋଇଛି । ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ସୂଚନା ।

ମିଳିଥିବା ସୂଚନା ଅନୁସାରେ, ଗଣିଆ ବ୍ଲକ ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତର ପାଣ୍ଡରସିଂହା ଗ୍ରାମର ଜଣେ ଯୁବକଙ୍କର ଛୁରାମାଡ଼ରେ ମୃତ୍ୟୁ ଘଟିଛି । ପଣ୍ଡାରସିଂହା ଗାଁର ପୁରୁଷୋତମ ଓ ସୁନିଆ ମଧ୍ୟରେ କୌଣସି କାରଣ ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଉଗ୍ରରୂପ ନେଇଥିଲା । ଦୁହେଁ ନିଶାରେ ଥିବାରୁ ହିତାହିତ ଜ୍ଞାନ ଭୁଲି ଥିଲେ । ରାଗକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ସାମାନ୍ୟ ବଚସାରୁ ରକ୍ତପାତ ହୋଇଥିଲା  । 

ବଚସା ମଧ୍ୟରେ ସୁନିଆ ଏକ ଛୁରୀରେ ପୁରୁଷୋତ୍ତମକୁ ଆଘାତ ଦେଇଥିଲା । ଛୁରୀକୁ ପୁରୁଷୋତ୍ତମଙ୍କ ଛାତିରେ ଭୁସିଥିଲା। ଆହତ ପୁରୁଷୋତ୍ତମଙ୍କୁ ଗଣିଆ ମେଡିକାଲକୁ ନିଆଯାଉଥିଲା। ସେଠାରେ ଡାକ୍ତର ପୁରୁଷୋତ୍ତମକୁ ମୃତ ଘୋଷଣା କରିଥିଲେ । ଖବରପାଇ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ସୁନିଆକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.