ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ

Published By : Manoj | August 6, 2025 10:10 AM

ଭୁବନେଶ୍ୱର,୦୬/୦୮: ଖାଦ୍ୟ ପାର୍ସଲ ଦେବାକୁ ଡାକିଲେ । ହେଲେ ପାର୍ସଲ ବିଷୟରେ କିଛି ଜାଣିନଥିବା ମହିଳାଜଣଙ୍କ କହିଲେ । ବାରମ୍ବାର ଡାକିବାରୁ ମହିଳା ଠିକଣାରେ ପହଞ୍ଚି ଡେଲିଭରି  ବୟଙ୍କୁ ଦେଖାକଲେ । ହେଲେ ଡେଲିଭରିବୟ ତାଙ୍କୁ ନାଲିଆଖି ଦେଖାଇବାସହ ପାର୍ସଲ ନେଇ ଖାଇବାକୁ ଧମକ ଦେଲେ । ନହେଲେ ବଳି ପଡ଼ିବେ ବୋଲି ଧମକ ଦେଲେ । ଯେତେବେଳେ ମହିଳା ଉକ୍ତ ପାର୍ସଲ ଖୋଲିଲେ ଭିତରେ ଖାଦ୍ୟ ନୁହେଁ ବରଂ ଏକ ଛୁରି ଥିଲା । ଯାହା ଦେଖି ମହିଳା ତାଜୁବ । ନିକୋପାର୍କ ନିକଟ ଶବରସାହିରେ ଏଭଳି ଏକ ଘଟଣା ଘଟିଛି । ସାହିର ଅନୁପମା ନାୟକ ଏନେଇ  ସହିଦନଗର ଥାନାରେ ଏତଲା ଦେଇଛନ୍ତି ।  

ଅଭିଯୋଗ ଅନୁସାରେ, ଗତ ୧ ତାରିଖ ରାତିରେ ଅନୁପମା ଘରେ ଥିଲେ । ଏହି ସମୟରେ ବିକାଶ ପ୍ରଧାନ ନାମକ ଜଣେ ଯୁବକ  ତାଙ୍କୁ ଫୋନ କରି ନିଜକୁ ଏକ ଖାଦ୍ୟ ଡେଲିଭରି ସଂସ୍ଥାର ଡେଲିଭରି ବୟ ବୋଲି ପରିଚୟ ଦେଇଥିଲେ । ତାଙ୍କ ନାମରେ ଖାଦ୍ୟ ଆସିଛି  ବୋଲି ସେ କହିଥିଲେ । ହେଲେ ଅନୁପମା କୌଣସି ଖାଦ୍ୟ ଅର୍ଡର  କରିନଥିବା କହିବା ପରେ ବିକାଶ ଜୋରଜବରଦସ୍ତ ତାଙ୍କୁ ପାର୍ସଲ  ନେବାକୁ କହିଥିଲେ । ପରେ ବାଧ୍ୟ ହୋଇ ଅନୁପମା ପାର୍ସଲ ଆଣିବାକୁ ଯାଇ ଜାଣିଲେ ସେଥିରେ ଛୁରି ଅଛି । ଅନୁପମା ବିରୋଧ କରିବାରୁ  ବିକାଶ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାର ଦିନକ ପରେ ଅନୁପମା ଘରକୁ ଫେରୁଥିଲେ । ଏହି ସମୟରେ ଜଣେ  ଅପରିଚିତ ଯୁବକ ଆସି ଅନୁପମାଙ୍କୁ ମାଡ଼ ମାରିଥିଲା । ଥାନାରେ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଆସିବ ବୋଲି ଧମକ ଦେଇଥିଲା ।  ତେବେ ଛୁରି କିଏ ପଠାଇଲା ଓ ଧମକ ଦେବା ପଛରେ ଉଦ୍ଦେଶ୍ୟ  କଣ ଅନୁପମା ଏ ବିଷୟରେ କିଛି ଜାଣିନାହାନ୍ତି । ପୁଲିସ ଏକ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.