ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

'ଖଲନାୟକ' ଫିଲ୍ମ ରିଲିଜ୍‌କୁ ପୂରିଲା ୩୨ ବର୍ଷ, ସୁଭାଷଙ୍କ ପ୍ରଥମ ପସନ୍ଦ ନଥିଲେ ସଞ୍ଜୟ ଦତ୍ତ...

Published By : Rasmita Pradhan | August 6, 2025 12:26 PM

ନୂଆଦିଲ୍ଲୀ, ୦୬/୦୮ : 'ଖଲନାୟକ' ଫିଲ୍ମ ରିଲିଜ୍‌କୁ ପୂରିଲା ୩୨ ବର୍ଷ। ୧୯୯୩ ମସିହା ଅଗଷ୍ଟ ୬ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ପରେ ଏହି ଫିଲ୍ମ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲା। ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷିତଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ସୁଭାଷ ଘଈଙ୍କ ବ୍ଲକବଷ୍ଟର ଫିଲ୍ମ ଭିତରେ ଖଲନାୟକ ଅନ୍ୟତମ ଥିଲା। ଏହି ଫିଲ୍ମର 'ନାୟକ ନେହିଁ ଖଲନାୟକ ହୁଁ ମେଁ' ଓ 'ଚୋଲି କେ ପିଛେ କ୍ୟା ହୈ' ଗୀତ ବେଶ୍ ହିଟ୍ ହୋଇଥିଲା। ତେବେ ଆପଣ ଜାଣିଛନ୍ତି କି ? 'ଖଲନାୟକ' ଫିଲ୍ମ ପାଇଁ ସୁଭାଷଙ୍କ ପ୍ରଥମ ପସନ୍ଦ ନଥିଲେ ସଞ୍ଜୟ ଦତ୍ତ। ସୁଟିଂ ସେଟ୍‌ରୁ ନେଇ ଫିଲ୍ମ ରିଲିଜ୍ ହେବା ଯାଏଁ ଜାଣନ୍ତୁ କିଛି ରୋଚକ ଖବର...

ପସନ୍ଦ ନଥିଲେ ସଞ୍ଜୟ ଦତ୍ତ-

ବଲ୍ଲୁ ଭୂମିକା ପାଇଁ ସୁଭାଷ ନାନା ପାଟେକରଙ୍କୁ ନେବାକୁ ଚାହୁଁଥିଲେ। ହେଲେ ପରେ ଏହି ରୋଲ୍ ପାଇଁ ଜଣେ ଯୁବ କଳାକାର ଦରକାର ବୋଲି ମନେ ହେବାରୁ ସଞ୍ଜୟ ଦତ୍ତଙ୍କୁ ଫାଇନାଲ୍ କରାଯାଇଥିଲା। ଅନିଲ କପୁର ମଧ୍ୟ ଏହି ରୋଲ୍ ପାଇଁ ସୁଭାଷଙ୍କ ସହ କଥା ହୋଇଥିଲେ ହେଲେ ସେ ମନା କରି ଦେଇଥିଲେ। ଅନିଲଙ୍କୁ ଏହି ରୋଲ୍ ମାନିବ ନାହିଁ ବୋଲି କହିଥିଲେ।

ଚୋଲି କେ ପିଛେ କ୍ୟା ହୈ ଗୀତକୁ ନେଇ ବିବାଦ

'ଖଲନାୟକ' ଫିଲ୍ମର ଚୋଲି କେ ପିଛେ କ୍ୟା ହୈ ଗୀତ ହିଟ୍ ହୋଇଥିଲା। ହେଲେ ଏହି ଗୀତର ଲାଇନ୍‌କୁ ନେଇ ବିବାଦ ଉଠିଥିଲା। ଡବଲ ମିନିଂ ପାଇଁ ବହୁ ଲୋକ ଏହାକୁ ବିରୋଧ କରିଥିଲେ। ହେଲେ ଆନନ୍ଦ ବକ୍ସିଙ୍କ ଶବ୍ଦ ସଂଯୋଜନା ଏବଂ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସଙ୍ଗୀତ ଏହାକୁ ଆହୁରି କଳାତ୍ମକ କରିଥିଲା। 

ସଞ୍ଜୟ-ମାଧୁରୀଙ୍କ ଲଭ୍ ଅଫେୟାର୍‌କୁ ନେଇ ଚର୍ଚ୍ଚା

ଫିଲ୍ମ ମେକିଂ ସମୟରେ ଆଉ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଖଲନାୟକ ଫିଲ୍ମରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ପରସ୍ପରଙ୍କୁ ପସନ୍ଦ କରିବା ଆରମ୍ଭ କଲେ। ସୁଟିଂ ସେଟ୍‌ରେ ଅଧିକାଂଶ ସମୟ ଏକାସାଙ୍ଗେ କାଟୁଥିଲେ। ଏପରିକି ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହାଫଳରେ ଫିଲ୍ମ ସୁଟିଂ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରି ସୁଭାଷ ଦୁହିଁଙ୍କ ଠାରୁ ଏକ କଣ୍ଟ୍ରାକ୍ଟ ସାଇନ୍ କରାଇଥିଲେ। ଫିଲ୍ମ ସରିବା ଯାଏଁ ଦୁହେଁ ବିବାହ କରିବେ ନାହିଁ ବୋଲି ଚୁକ୍ତି ହୋଇଥିଲା। 

ମୁମ୍ଵାଇ ବ୍ଲାଷ୍ଟ ମାମଲା ଟ୍ଵିଷ୍ଟ୍

'ଖଲନାୟକ' ସୁଟିଂ ସମୟରେ ସଞ୍ଜୟ ଦତ୍ତ ୧୯୯୩ ମୁମ୍ଵାଇ ବ୍ଲାଷ୍ଟ ମାମଲାରେ ଗିରଫ ହୋଇଥିଲେ। ଅଭିନେତାଙ୍କ ରିଅଲ୍ ଲାଇଫ୍ ଛବି ଫିଲ୍ମକୁ ପ୍ରଭାବିତ କରିଥିଲା। ଏହି ବିବାଦ ସତ୍ତ୍ଵେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ସେହିପରି ଇନସପେକ୍ଟର ଭୂମିକା ପାଇଁ ସୁଭାଷ ଜ୍ୟାକି ଶ୍ରଫ୍‌ଙ୍କୁ ନେଇଥିଲେ। ଜ୍ୟାକି ମଧ୍ୟ ଏହି ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.