ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଫରହାନ ଖାନଙ୍କ ଆଗାମୀ ଫିଲ୍ମ '୧୨୦ ବାହାଦୂର'ର ଟିଜର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

Published By : Anindita Ratha | August 6, 2025 12:16 PM

ମୁମ୍ବାଇ,୦୬/୦୮: ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ୧୨୦ ସୈନିକଙ୍କ ବୀରତ୍ୱର କାହାଣୀ ।  ଫରହାନ ଅଖତରଙ୍କ ଅଭିନୀତ '୧୨୦ ବାହାଦୂର' ସିନେମା ହଲରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଆଉ ଏହାରି ମଧ୍ୟରେ ଗତକାଲି  '୧୨୦ ବାହାଦୂର'ର ଟିଜର ରିଲିଜ ହୋଇଯାଇଛି।ଏହି ଫିଲ୍ମ ୨୦୨୫ ନଭେମ୍ବରରେ ରିଲିଜ ହେବ ।

୨୦୨୧ ଫିଲ୍ମ 'ତୁଫାନ' ପରେ, ଫରହାନ୍ ଅଖତର '୧୨୦ ବାହାଦୂର' ଫିଲ୍ମ ସହ ବଡ଼ ପରଦାକୁ ଫେରିଚନ୍ତି । ନିର୍ମାତାମାନେ ମଙ୍ଗଳବାର '୧୨୦ ବାହାଦୂର'ର ଟିଜର ରିଲିଜ୍ କରିଛନ୍ତି, ଯେଉଁଥିରେ ଫରହାନ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧିଥିବାର ଦେଖିବାକୁ ମିଳିଛି । ଫିଲ୍ମରେ ସେ ମେଜର ଶୈତାନ ସିଂହ ଭାଟି ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଫରହାନ ଇନଷ୍ଟାଗ୍ରାମରେ '୧୨୦ ବାହାଦୂର'ର ଟିଜର ସେୟାର କରିଛନ୍ତି । ସେ ତାଙ୍କ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏହି ୟୁନିଫର୍ମ କେବଳ ସାହସ ନୁହେଁ ବରଂ ବଳିଦାନ ମଧ୍ୟ ଦାବି କରେ । ବରଫରେ ଖୋଦିତ ଏବଂ ବଳିଦାନରେ ସଜ୍ଜିତ ଏକ ଅବିଶ୍ୱସନୀୟ ସତ୍ୟ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ପ୍ରକାଶ ଥାଉକି, '୧୨୦ ବାହାଦୂର' ରଜନୀଶ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ।  ଏହା ରିତେଶ ସିଧୱାନୀ-ଫରହାନ ଅଖତରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଏବଂ ଅମିତ ଚନ୍ଦ୍ରଙ୍କ ଟ୍ରିଗର ହାପି ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ । ଫିଲ୍ମରେ ଫରହାନ ଅଖତରଙ୍କ ସହିତ ରାଶି ଖନ୍ନା ମୁଖ୍ୟ ଭୂମିକାରେ  ନଜର ଆସିବେ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.