ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

କିଶୋର କୁମାରଙ୍କ ବାୟୋପିକ୍‌ ଛାଡିଲେ ରଣବୀର, ଅମିର ଖାନଙ୍କୁ ଅଫର୍‌ ହୋଇଥିବା ଚର୍ଚ୍ଚା

Published By : Krishna Priya | August 6, 2025 2:29 PM

ନୂଆଦିଲ୍ଲୀ ୦୬/୦୮: ବଲିଉଡର ଚକଲେଟ୍‌ ବଏ ରଣବୀର କପୁର ଏବେ ନୀତେଶ ତିୱାରୀଙ୍କ ‘ରାମାୟଣ’ ପାଇଁ ଚର୍ଚ୍ଚାରେ। ୪୦୦୦ କୋଟି ବଜେଟ୍‌ର ଏହି ଫିଲ୍ମରେ ସେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୨୬ ଦୀପାବଳି ଓ ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳୀ ଅବସରରେ ଆସିବ। ‘ରାମାୟଣ’ ପୂର୍ବରୁ ରଣବୀର, ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ କିଶୋର କୁମାରଙ୍କ ବାୟୋପିକ୍‌ରେ ନଜର ଆସିବେ ବୋଲି କୁହାଯାଉଥିଲା। ହେଲେ ରଣବୀର ଏଥିରେ ଏବେ କାମ କରିବେ ନାହିଁ ବୋଲି ଜଣାପଡିଛି। ଏବେ ଅମିର ଖାନଙ୍କୁ ଏହି ଭୂମିକା ଅଫର୍‌ ହୋଇଥିବା କୁହାଯାଉଛି। 

ଏନେଇ ଅନୁରାଗ କହିଛନ୍ତି, “ରଣବୀରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲା । କାରଣ ତାଙ୍କୁ ‘ରାମାୟଣ’ ଓ କିଶୋର କୁମାରଙ୍କ ବାୟୋପିକ୍‌ ମଧ୍ୟରୁ ଗୋଟିଏ ବାଛିବାର ଥିଲା। ରଣବୀର ‘ରାମାୟଣ’ କୁ ବାଛିଥିଲେ। ମୁଁ ଭାବୁଛି ସେ ଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଆମେ ଦୁଇଜଣ ଏକାଠି କାମ କରିବାକୁ ଚାହୁଁଛୁ, କିନ୍ତୁ ତାହା ସମ୍ଭବ ହେଉନାହିଁ। ସେ ଏକାସାଙ୍ଗେ ବହୁତଗୁଡିଏ ଫିଲ୍ମ କରୁଛନ୍ତି।“ ଏବେ ଅନୁରାଗ କିଶୋର କୁମାରଙ୍କ ବାୟୋପିକ୍‌ ପାଇଁ ଅମିର ଖାନଙ୍କୁ ଯୋଗାଯୋଗ କରିଥିବା ଜଣାପଡିଛି। ଅମୀରଙ୍କୁ ଏହାର କାହାଣୀ ବେଶ୍‌ ପସନ୍ଦ ଆସିଛି।  କିନ୍ତୁ ଏ ନେଇ ଅନୁରାଗ କହିଛନ୍ତି, ଯେପର୍ଯ୍ୟନ୍ତ କିଛି ଫାଇନାଲ ହୋଇନାହିଁ ମୁଁ କିଛି କହିପାରିବି ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.