ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ସରକାରୀ ହସ୍ପିଟାଲ ଡାକ୍ତର ଟଙ୍କା ମାଗିଥିବା ଅଭିଯୋଗ, ଅବହେଳାରୁ ଚାଲିଗଲା ପ୍ରସୂତିଙ୍କ ଜୀବନ

Published By : Harapriya Sethi | June 1, 2025 8:42 AM

ନୟାଗଡ଼,୦୧/୦୬: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ପୁଲିସ ଘଟଣାସ୍ଥଳରେ ରହି ତଦାରଖ କରୁଛି ।

ସୂଚନା ମୁତାବକ, ନୟାଗଡ଼ ବ୍ଲକ ବାଲୁଗାଁର ସଞ୍ଜୟ କୁମାର ନାୟକଙ୍କ ସ୍ତ୍ରୀ ମମତା(୩୩) ଗର୍ଭବତୀ ଥିଲେ । ଶନିବାର ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ରାତିରେ ଦେଖି ସିଜରିଂ କରାଯିବ ବୋଲି କହିଥିଲେ । ସେଥିପାଇଁ ଟଙ୍କା ଦରକାର ହେବ, ଟଙ୍କା ଆଣିଲେ କାମ କରାଯିବ ବୋଲି କହିଥିଲେ । ସଞ୍ଜୟ ରାତି ଅଧରେ ଗାଁକୁ ଯାଇ ଟଙ୍କା ଆଣି ଆସିଲାବେଳକୁ ବେଡ୍‌ରେ ସ୍ତ୍ରୀର ମୃତଦେହ ପଡିଥିଲା । ପାଖରେ ଡାକ୍ତରଖାନାର କେହି କର୍ମଚାରୀ ମଧ୍ୟ ନଥିଲେ । ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ଜଗି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.