ଖଣ୍ଡପଡ଼ା, ୧୬/୫ : ଦୁର୍ନୀତିର ସବୁ ସୀମା ଟପିଥିବା ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଶେଷରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସନ୍ଧ୍ୟାରେ ଜନୈକ ଠିକାଦାରଙ୍କ ବକେୟା ବିଲ୍ କରାଇ ଦେବାକୁ କହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଛି ।
ଖଣ୍ଡପଡ଼ା ସହରାଞ୍ଚଳ ଉମାଦେବୀ ସାହିରେ ଥିବା କ୍ୱାର୍ଟରେ ଶ୍ରୀ ଧଳ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣାର ଖୋଳତାଡ଼ ନିମନ୍ତେ ଶ୍ରୀ ଧଳଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଭିଜିଲାନ୍ସ ବିଭାଗ ତନାଘନା କରୁଥିବା ଜଣାପଡିଛି।