ପ୍ରମୂଖ ଖବର
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

୧୦୦ଫୁଟ୍ ଖଣିରୁ ୩୦ଘଣ୍ଟା ପରେ ମିଳିଲା ଶ୍ରମିକଙ୍କ ଗଳିତ ଶବ

Published By : Prameya | May 16, 2025 11:30 PM

ଖୋର୍ଦ୍ଧା,୧୬/୫ : ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଟଙ୍ଗଣୀ ଖଣିର ୧୦୦ଫୁଟ ଗଭୀର ଜଳକୁ ଖସି ପଡ଼ିଥିବା ସମ୍ବଲପୁର ଜିଲ୍ଲା ନୂଆବାଘେରା ଗ୍ରାମସ୍ଥିତ ପଶାଦି ବାଡ଼ିଆ(୨୨)ଙ୍କ ଗଳିତ ଶବକୁ ଗୁରୁବାର ୩୦ଘଣ୍ଟା ପରେ ସଦର ଥାନା ଜବତ କରିଛି ।

ଘଟଣାରୁ ଜଣାପଡ଼ିଛି ଯେ, ମୃତକ ପଶାଦି ସ୍ଥାନୀୟ ଅଞ୍ଚଳର ଏକ କ୍ରସରରେ ଶ୍ରମିକଭାବେ କିଛି ବର୍ଷ ହେବ କାମ କରୁଥିଲେ। କିନ୍ତୁ ଗତକାଲି ଦିପ୍ରହରରେ ସେ ଟାଙ୍ଗଣୀ ଖଣିକୁ ଯାଇଥିବାବେଳେ ଖଣିର ପ୍ରାୟ ୧୦୦ଫୁଟ୍ ଗଭୀର ପାଣିକୁ କୌଣସି କାରଣ ବସତଃ ଖସିପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପ୍ରଥମେ ସଦର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜା ଖୋଜି  ସତ୍ତ୍ବେ କୌଣସି ଖୋଜ୍ ଖବର ପାଇନଥିଲା। ପୁର୍ନବାର ଆଜି ଅଗ୍ନିଶମ ଓଡ୍ରାଫ ଟିମ୍ ସହାୟତାରେ ଖୋଜା ଖୋଜି କରିବା ପରେ ସନ୍ଧ୍ୟା ୭ଟା ସମୟରେ ପଶାଦିଙ୍କ ଗଳିତ ଶବକୁ ଜବତ କରିବା ଜଣାପଡ଼ିଛି । ଏହି ଘଟଣାରେ ମୃତକଙ୍କ ବାପାଙ୍କ ଅଭିଯୋଗ ସଦର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଥିବା ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.