ପ୍ରମୂଖ ଖବର
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

MCL ର ପ୍ରତିଶ୍ରୁତି ପାଣିର ଗାର, ଆନ୍ଦୋଳନକୁ ଓହ୍ଲାଇଲେ ଜରଡା କ୍ଷତିଗ୍ରସ୍ତ ପ୍ରଜା…

Published By : Prameya | May 16, 2025 10:58 PM

କଣିହାଁ୧୬।୫: କଣିହାଁ ଖୋଲାମୁହଁ କୋଇଲା ଖଣିର ଜରଡ଼ା ମୁଖ୍ୟ ଫାଟକ ଠାରେ ୮ ଦଫା ଦାବିରେ ଶୁକ୍ରବାର ଠାରୁ ଜରଡା କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଯୋଗୁଁ କୋଇଲା ଖନନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। କଣିହାଁ ଖଣି ବରିଷ୍ଠ ଅଧିକାରୀ ଓ କଣିହାଁ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ।

ପ୍ରକାଶଯେ, ଜରଡ଼ା ଗ୍ରାମ୍ୟ କମିଟି ଅଭିଯୋଗ ମୁତାବକ, ଖଣି କର୍ତ୍ତୃପକ୍ଷ ୧୫ ଅଗଷ୍ଟ ସୁଧା ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପଥରମୁଣ୍ଡା ରକବାର ଉପରେ ଜରଡ଼ାବାସୀଙ୍କୁ ଜମି ଯୋଗାଇବା, ପାଚେରୀ ନିର୍ମାଣ ସହ ଉନ୍ନତିକରଣ, ବଳକା ନିଯୁକ୍ତି, କ୍ଷତିପୂରଣ ଆଦି ୮ ଦଫା ଦାବିରେ ଆନ୍ଦୋଳନ ଚାଲିଛି । ବାରମ୍ବାର ଲିଖିତ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ପୂରଣ ହେଉନଥିବାରୁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.