କେ.ପରମାଣପୁର,୧୬/୦୫: ଜାତୀୟ ରାଜପଥ ୪୯ କୋଲାଵିରା ଥାନା ଅଧିନସ୍ଥ ବୁଚାମୁଣ୍ଡା ଛକରେ ଓ ଆର ୧୫ ଏମ ୮୩୩୭ ନମ୍ୱର୍ ବିଶିଷ୍ଟ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହେବା କାରଣରୁ ଡ୍ରାଇଭର ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ ଡ୍ରାଇଭରଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନା ନେଇଥିଲେ l ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି l ଦୁର୍ଘଟଣା ପରେ ଟ୍ରକ୍ ର ସମ୍ମୁଖ ଭାଗ ସମ୍ପୂର୍ଣ ଚୁରମାର ହୋଇଯାଇଛି l ଟ୍ରକ୍ ଟି ସ୍ଥାନୀୟ ଏକ କାରଖାନାରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l ପୋଲିସ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଚାଲୁ ରହିଛି l

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...