ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

'ସାବିତ୍ରୀ'ରେ ଜୀବନ ହାରିଲେ ସତ୍ୟବାନ; ସ୍ତ୍ରୀ ମନ୍ଦିର ଯାଇଥିବା ବେଳେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଲେ

Published By : Swapna Ray | May 26, 2025 1:29 PM

ଖନ୍ତାପଡ଼ା, ୨୬।୦୫: ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ଜଣେ ସ୍ୱାମୀ ଜୀବନ ହାରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଣପଣା ପଞ୍ଚାୟତ ମାଲଦାପଡ଼ା ଗାଁରେ । ମୃତ ବ୍ୟକ୍ତି ହେଲେ ୪୮ ବର୍ଷୀୟ ପଦ୍ମଲୋଚନ ବେହେରା । 

ପଦ୍ମଲୋଚନ ଘରେ ଥିବା ବେଳେ ପତ୍ନୀ ଜୟନ୍ତୀ ସାବିତ୍ରୀ ପୂଜା କରିବାକୁ ନିକଟସ୍ଥ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ସ୍ୱାମୀଙ୍କ ନାଁରେ ଶଙ୍ଖା, ସିନ୍ଦୁର ପୂଜା ଚାଲିଥିବା ବେଳେ ଏପଟେ ଘରେ ଏଭଳି ଅଭାବନୀୟ ଘଟିଛି । ପଦ୍ମଲୋଚନ ନିଜ ଶୋଇବା ଘରେ ବେକରେ ଏକ ଗାମୁଛା ଲଗାଇ ଜୀବନ ହାରିଥିଲେ । ପରିବାର ଲୋକେ ତାଙ୍କ ପତ୍ନୀଙ୍କୁ ଖବର ଦେବା ସହିତ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସନ୍ଦେହ ଉପୁଜିଥିବା ବେଳେ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.