ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସିଗାରେଟ୍‌ ପଇସା ପାଇଁ ଯୁବକଙ୍କୁ ବାଡ଼େଇ ଗୋଡ଼ ଭାଙ୍ଗିଦେଲେ ଦୋକାନୀ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର, ୦୬/୦୮: ସିଗାରେଟ ପଇସା ପାଇଁ ଜଣେ  ଯୁବକଙ୍କୁ ବାଡ଼େଇ ଗୋଡ଼ ଭାଙ୍ଗିଦେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଦୋକାନୀଙ୍କୁ ଗିରଫ କରିଛି । ଗିରଫ ଦୋକାନୀ ହେଲେ ପାତ୍ରପଡ଼ାର ସମୀର କୁମାର ପରିଡ଼ା(୨୪) । ଏହି  ଆକ୍ରମଣରେ ସଂପୃକ୍ତ ସମୀରଙ୍କ ସହଯୋଗୀମାନେ ଫେରାର୍‌  ହୋଇ ଯାଇଛନ୍ତି । 

ପୁଲିସ ସୂଚନା ଅନୁଯାୟୀ, ଅକ୍ଷୟ କୁମାର  ମହାପାତ୍ର ନାମକ ଜଣେ ଯୁବକ ୨ ତାରିଖ ସନ୍ଧ୍ୟାରେ ପାତ୍ରପଡ଼ା  କୋଲକାତା ବଜାର ନିକଟରେ ଥିବା ସମୀରଙ୍କ ଦୋକାନକୁ  ଯାଇଥିଲେ । ତାଙ୍କ ଠାରୁ ଏକ ସିଗାରେଟ୍‌ କିଣିଥିଲେ । ହେଲେ  ସିଗାରେଟ୍‌ ପଇସା ଫୋନ୍‌ ପେ’ରେ ଦେବାକୁ ଉଦ୍ୟମ କରୁଥିବା  ବେଳେ ଅକ୍ଷୟଙ୍କ ମୋବାଇଲ ବନ୍ଦ ହୋଇ ଯାଇଥିଲା । ତେଣୁ ସେ  ସିଗାରେଟ୍‌ ବାବଦରେ ପଇସା ସମୀରଙ୍କୁ ଦେଇ ପାରି ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସମୀର  ସଙ୍ଗେ ସଙ୍ଗେ ତାଙ୍କର କିଛି ସହଯୋଗୀଙ୍କୁ ଡ଼କାଇ ଦେଇଥିଲେ ।  ସମସ୍ତେ ମିଶି ଅକ୍ଷୟଙ୍କୁ ବାଡ଼େଇ ବାଡ଼େଇ ତାଙ୍କ ଗୋଡ଼ ଭାଙ୍ଗି  ଦେଇଥିଲେ । ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ । ଖବରପାଇ ପିସିଆର  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅକ୍ଷୟଙ୍କ ଅଭିଯୋଗକୁ  ଭିତ୍ତିକରି ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା ।  ଆଜି ପୁଲିସ ଦୋକାନୀ ସମୀରଙ୍କୁ ଗିରଫ କରି ଅଦାଲତ ଚାଲାଣ  କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର  କାରଗାରକୁ ପଠାଇ ଦିଆଯାଇଛି । ଏହି ଆକ୍ରମଣରେ ସଂପୃକ୍ତ  ଅନ୍ୟମାନେ ଏବେ ଫେରାର୍‌ ଅଛନ୍ତି । ସେମାନଙ୍କୁ ଗିରଫ କରିବା  ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.