ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମୁଦ୍ରିକ ମତ୍ସ୍ୟ ଚାଷ ପାଇଁ ରାଜ୍ୟରେ ବିପୁଳ ସମ୍ଭାବନା, ବାର୍ଷିକ ଉତ୍ପାଦନ ୧.୨୯ ଲକ୍ଷ ଟନ୍‌

ଭୁବନେଶ୍ୱର,୧୦/୦୬: ସାମୁଦ୍ରିକ ମତ୍ସ୍ୟ ଚାଷ ପାଇଁ ଓଡ଼ିଶାରେ ରହିଛି ଅପାର  ସମ୍ଭାବନା । ରାଜ୍ୟରେ ରହିଛି ୪୮୦ କିମି  ସୁଦୀର୍ଘ ବେଳାଭୂମି ଓ ୪.୧୮ ଲକ୍ଷ  ହେକ୍ଟରର ଲବଣ ଜଳ ଉତ୍ସ । ୨୦୨୩ରେ  ଓଡ଼ିଶା ୧.୨୯ ଲକ୍ଷ ମେଟ୍ରିକ ଟନ୍‌ ସାମୁଦ୍ରିକ  ମାଛ ଉତ୍ପାଦନ କରିଛି । ଏ କ୍ଷେତ୍ରରେ  ଓଡ଼ିଶାର ସ୍ଥାନ ୮ତମ । ଏହି ଧାରାକୁ  ରାଜ୍ୟ ଆହୁରି ଦୃଢ଼ କରିପାରିବ ବୋଲି  କହିଛନ୍ତି ବିଶେଷଜ୍ଞ ।   

କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା  ପ୍ରତିଷ୍ଠାନ ରିପୋର୍ଟ ମୁତାବକ, ୮.୨୨  ଲକ୍ଷ ଟନ୍‌ ଉତ୍ପାଦନ ସହ ଏ କ୍ଷେତ୍ରରେ  ଗୁଜରାଟ ପ୍ରଥମ ସ୍ଥାନରେ ରହିଛି । ଏହା  ପଛକୁ କେରଳ, କର୍ଣ୍ଣାଟକ, ତାମିଲନାଡୁ,  ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ  ଭଳି ରାଜ୍ୟ ରହିଛି । ଟପ୍‌ ୧୦ ରାଜ୍ୟ  ୩୫.୩୦ ଲକ୍ଷ ଟନ୍‌ ସାମୁଦ୍ରିକ ମାଛ  ଉତ୍ପାଦନ କରିଛନ୍ତି ।  

ଓଡ଼ିଶାର ୪୮୦ କିମି ବିଶିଷ୍ଟ ସୁଦୀର୍ଘ  ବେଳାଭୂମି ସାମୁଦ୍ରିକ ମତ୍ସ୍ୟ ଚାଷ ପାଇଁ  ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ସେହିଭଳି  ରାଜ୍ୟରେ ୪.୧୮ ଲକ୍ଷ ହେକ୍ଟରର ଲବଣ  ଜଳ ଉତ୍ସ ରହିଛି । ରାଜ୍ୟରେ ରହିଛି  ଏସିଆର ସବୁଠୁ ବଡ ଲବଣ ଜଳପୂର୍ଣ୍ଣ  ହ୍ରଦ । ଯାହା ସାମୁଦ୍ରିକ ମତ୍ସ୍ୟ ମତ୍ସ୍ୟଚାଷକୁ  ଆଉ ପାଦେ ଆଗକୁ ନେଇ ପାରିବ ବୋଲି  କହିଛନ୍ତି ବିଶେଷଜ୍ଞ । 

କେବଳ ଲବଣ ଜଳ ନୁହେଁ ରାଜ୍ୟରେ  ୬.୮୫ ଲକ୍ଷ ହେକ୍ଟରର ମଧୁର ଜଳ ଭଣ୍ଡାର  ରହିଛି । ଉଭୟ ପୋଖରୀ ଏବଂ ଘେରୀ  ଦ୍ୱାରା ରାଜ୍ୟରେ ମତ୍ସ୍ୟ ଚାଷ କରାଯାଉଛି ।  ମୋଟାମୋଟି ଭାବେ ମତ୍ସ୍ୟ ଉତ୍ପାଦନକୁ  ବିଚାରକୁ ନେଲ ଓଡ଼ିଶା ଚତୁର୍ଥ ସ୍ଥାନରେ  ରହିଛି । କେନ୍ଦ୍ର ଫିସରୀ ଷ୍ଟାଟିଷ୍ଟିକ୍ସ ଡାଟା  ମୁତାବକ, ୨୦୨୦-୨୧ ଡାଟା ମୁତାବକ,  ରାଜ୍ୟ ୭.୮୯ ଲକ୍ଷ ଟନ୍‌ ମାଛ ଉତ୍ପାଦନ  କରିବାକୁ ସକ୍ଷମ ହୋଇଥିଲା । 

ରାଜ୍ୟର ୧୨ ନଟିକାଲ୍ସ ମାଇଲ୍‌  ଅଞ୍ଚଳରେ ସାମୁଦ୍ରିକ ମତ୍ସ୍ୟ ଚାଷ ଲାଗି  ଜୋନ ମାନ ଗଠନ ହୋଇଛି । ପାରାଦୀପ,  ଧାମରା ଏବଂ ଗୋପାଳପୁର ଭଳି ଅଞ୍ଚଳ  ଏଥିରେ ସାମିଲ ହୋଇଛି । ଏହି ସବୁ  ସ୍ଥାନଗୁଡିକରେ ମାଛ ଧରା ବନ୍ଦର  ଏବଂ ଲ୍ୟାଣ୍ଡିଂ ସେଣ୍ଟରଗୁଡିକ ସ୍ଥାପନ  ହୋଇଛି । ସାମୁଦ୍ରିକ ମତ୍ସ୍ୟ ଚାଷ ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ  ଯୋଗଦାନ ଦେଉଛି । ମାଛ ଚାଷ ସହ  ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପରିବହନ  ଭଳି କ୍ଷେତ୍ର ଏହା ସହ ଜଡିତ ରହିଛି । 

ଗତ ୫ ବର୍ଷ ହେବ ରାଜ୍ୟ ମତ୍ସ୍ୟ ଚାଷ  କ୍ଷେତ୍ରରେ ପ୍ରାୟ ୧୩% ହାରରେ ଅଭିବୃଦ୍ଧି  କରୁଛି । ଗତ ୨ ଦଶନ୍ଧିରେ ରାଜ୍ୟ ସାମୁଦ୍ରିକ  ଖାଦ୍ୟ ରପ୍ତାନି କ୍ଷେତ୍ରରେ ୯ ଗୁଣ ବୃଦ୍ଧି  ହୋଇଛି । ୨୦୨୦-୨୧ ଅବଧିରେ ରାଜ୍ୟ  ୪୫୨୬ କୋଟିର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ  ରପ୍ତାନି କରିବାକୁ ସକ୍ଷମ ହୋଇଥିଲା ।  

ରାଜ୍ୟର ସାମୁଦ୍ରିକ ଖାଦ୍ୟ  ପ୍ରକ୍ରିୟାକରଣ କ୍ଷେତ୍ରରେ ବିପ୍ଳବ ଆଣିବା  ଲାଗି ଡେରାସରେ ୧୫୨ ଏକର ପରିମିତ  ସ୍ଥାନରେ ସ୍ଥାପନ ହୋଇଛି ସାମୁଦ୍ରିକ ଖାଦ୍ୟ  ପାର୍କ । ନୂଆ ନିବେଶ ସହ ଏଠାରେ ୟୁନିଟ ବସାଇବା ଲାଗି କମ୍ପାନି ବେଶ ଆଗ୍ରହ  ଦେଖାଉଛନ୍ତି । ଅଦ୍ୟାବଧି ଏଠାରେ ୟୁନିଟ  ସ୍ଥାପନ କଲେଣି ୧୫ କମ୍ପାନି । ୧୫୨.୭୮  କୋଟିର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ  ହୋଇଛି ଏହି ପାର୍କ । 

ରାଜ୍ୟ ରପ୍ତାନି ପ୍ରୋତ୍ସାହନ ଏବଂ  ବିପଣନ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି, ରାଜ୍ୟରେ ଉଭୟ  ଲୁଣୀ ଏବଂ ମଧୁର ଜଳରେ ମତ୍ସ୍ୟ ଚାଷ  ହେଉଛି । ମଧୁର ଜଳ ମତ୍ସ୍ୟ ଚାଷ ଅଧିକ  ସ୍ଥାନରେ ହେଉଛି । ତେବେ ସାମୁଦ୍ରିକ ଖାଦ୍ୟ  ସାମଗ୍ରୀର ଚାହିଦା ଥିବାରୁ ଏହି ବର୍ଗର  ମତ୍ସ୍ୟ ଉତ୍ପାଦନ ବୃଦ୍ଧି ହେଲେ ଏହା ନିଯୁକ୍ତି  ସହ ରପ୍ତାନିରୁ ରାଜସ୍ୱ ବୃଦ୍ଧି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.