ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆପଣଙ୍କ ଶରୀରରେ ୟୁରିକ୍‌ ଏସିଡ୍‌ ବଢୁଛି କି ? ସାବଧାନ , ଏହିସବୁ ଲକ୍ଷଣକୁ ଅଣଦେଖା କରନ୍ତୁନି

ନୂଆଦିଲ୍ଲୀ : ଖରାପ ଖାଦ୍ୟପେୟ ଓ ଲାଇଫଷ୍ଟାଇଲ୍‌ ଯୋଗୁଁ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢି ଯାଏ। ଖାଦ୍ୟପେୟ ଜିନିଷରେ ପ୍ୟୁରିନ୍‌ର ମାତ୍ରା ଅଧିକ ବଢିବାରୁ ୟୁରିକ୍‌ ଏସିଡ୍‌ର ଲେବଲ ବଢି ପାରେ। କହି ରଖୁଛୁ କି, ୟୁରିକ୍‌ ଏସିଡ୍‌ ଏକ ପ୍ରକାରର ୱେଷ୍ଟ ହୋଇଥାଏ। ଯାହାକୁ କିଡନୀ ଫିଲଟର କରି ଶରୀରରୁ ବାହାର କରି ଦିଏ।

ଯେବେ ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତର ବଢିଯାଏ ତ କିଡନୀକୁ ଏହାକୁ ଫିଲଟର କରିବାରେ ଖୁବ୍‌ ଅଧିକ ସମସ୍ୟା ହୋଇଥାଏ। ୟୁରିକ୍‌ ଏସିଡ୍‌ ଏକ ସାଧାରଣ ରୋଗ। ଏହା ନ୍ୟାଚୁରାଲ ଭାବେ ଶରୀରରେ ଉପଲବ୍ଧ ୱେଷ୍ଟ ପ୍ରଡକ୍ଟ ହୋଇଥାଏ। ତାହା ସେତେବେଳେ ସୃଷ୍ଟି ହୋଇଥାଏ , ଯେବେ ଶରୀରରେ ପ୍ୟୁରିନ୍‌ ବଢିଥାଏ। 

ୟୁରିକ୍‌ ଏସିଡ୍‌ର ଲେବଲ ବଢିବାରେ ଗଣ୍ଠିରେ ଯନ୍ତ୍ରଣା, ଗଣ୍ଠି ଫୁଲା , ହାଡ଼ରେ ଯନ୍ତ୍ରଣା ଓ ୟୁରିନ୍‌ର ସମସ୍ୟା ଭଳି ଲକ୍ଷଣ ଦେଖାଦେଇ ଥାଏ ।  ୟୁରିକ୍‌ ଏସିଡ୍‌ ବଢୁ ଥିବା ବ୍ୟକ୍ତିଙ୍କୁ ଦହି ନଖାଇବାକୁ ପରାମର୍ଶ ଦିଆଯାଏ। ଯଦି ଆପଣ ହାଇ ଫ୍ୟାଟ୍‌ ଯୁକ୍ତ ଦହି ଖାଉଛନ୍ତି ତ ଏହା ୟୁରିକ୍‌ ଏସିଡ୍‌କୁ ବଢାଇ ପାରେ। ଏକ୍ସପର୍ଟଙ୍କ ପରାମର୍ଶରେ ଫ୍ୟାଟ୍‌ ଯୁକ୍ତ ଦହି ଖାଇବା ଉଚିତ୍‌ ନୁହେଁ । 

ୟୁରିକ୍‌ ଏସିଡ୍‌ରେ କିଡନୀକୁ ଖୁବ୍‌ ଅଧିକ ବିପଦ ହୋଇଥାଏ। ଏଥିପାଇଁ ସୁସ୍ଥ ଡାଇଟ୍‌ ନେବା ଆରମ୍ଭ କରନ୍ତୁ। ଯେଉଁଥିରେ ଅଧିକାଂଶ ପରିବା, ଫଳ , ପୁରା ଶସ୍ୟ ଓ କମ୍‌ ଫ୍ୟାଟ୍‌ ଯୁକ୍ତ ଡାଏରୀ ପ୍ରଡକ୍ଟ ସାମିଲ ହୋଇଥାଏ। ଏହା ବ୍ୟତୀତ ମଦ ପିଅନ୍ତୁ ନାହିଁ। ଏଥିରେ ୟୁରିକ୍‌ ଏସିଡ୍‌ ବଢିଥାଏ।  

ଶରୀରରେ ୟୁରିକ୍‌ ଏସିଡ୍‌ ବଢିବାର ସ୍ପଷ୍ଟ ଅର୍ଥ ଇମ୍ୟୁନିଟି ଦୁର୍ବଳ ହେବାକୁ ଲାଗେ। ଏହି କାରଣର ଅନେକ ସମସ୍ୟା ହୋଇଥାଏ। ୟୁରିକ୍‌ ଏସିଡ୍‌ କ୍ରିଷ୍ଟଲ୍ସରେ ବଦଳି ଆଙ୍ଗୁଠି ଗୁଡ଼ିକର ଜଏଣ୍ଟରେ ଅଟକି ଯାଏ, ଯେଉଁଥି ପାଇଁ ବହୁତ ଯନ୍ତ୍ରଣା ହୋଇପାରେ। ଏହା ବ୍ୟତୀତ ଆହୁରି ଅନେକ ସମସ୍ୟା ମଧ୍ୟ ହୋଇ ପାରେ। ଏହି ସ୍ଥିତିରେ ୟୁରିକ୍‌ ଏସିଡକୁ ଶରୀରରୁ ବାହାର କରିବାରେ କିଛି ଘରୋଇ ଉପାୟ ସାହାଯ୍ୟକାରୀ ହୋଇ ପାରେ।

ଯଦି ଶରୀରରେ ଖୁବ୍‌ ଅଧିକ ୟୁରିକ୍‌ ଏସିଡ୍‌ ବଢୁଛି ତ ଗିଲୋଇର ବ୍ୟବହାର କରି ପାରିବେ। ଗିଲୋଇରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥାଏ , ଯାହା ଶରୀରରୁ ୟୁରିକ୍‌ ଏସିଡ୍‌କୁ କମାଇବା ଓ ଫୁଲାକୁ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ। ଏହା କିଡନୀକୁ ସଠିକ୍‌ ପ୍ରକାରର କାର୍ଯ୍ୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଶରୀରରେ ଟକ୍ସିନ୍ସ ଓ ୟୁରିକ୍‌ ଏସିଡ୍‌କୁ ବାହାରକୁ କାଢିବାର କାମ ମଧ୍ୟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.