ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସଚିନଙ୍କ ରେକର୍ଡ ଭାଙ୍ଗିବା ବେଳେ କୋହଲି ହାତରେ ବାନ୍ଧି ଥିଲେ ଏକ ଡିଭାଇସ୍ , ଏଥିରେ ରହିଛି ଅନେକ ଆଶ୍ଚର୍ଯ୍ୟକର ଫିଚର

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ବିଶ୍ୱକପ୍‌ ୨୦୨୩ର ସେମିଫାଇନାଲରେ ଅନେକ ପୁରୁଣା ରେକର୍ଡ ଭାଙ୍ଗିଛି ଓ ବହୁତ ରେକର୍ଡ ତିଆରି ହୋଇଛି। ବିରାଟ କୋହଲି ୱାନଡେ ମ୍ୟାଚ୍‌ରେ ଶହେ ଅର୍ଦ୍ଧ ଶତକ ପୂରଣ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହି ସମୟରେ ବିରାଟଙ୍କର ଏକ ଫଟୋ ସାମନାକୁ ଆସିଛି ,ଯେଉଁଥିରେ ସେ ହାତରେ ଏକ ଡିଭାଇସ ପିନ୍ଧିଥିବାର ଦେଖିବାକୁ ମିଳୁଛି।  

କେବେ ପୂରଣ କରିବେ ଶହେ ଶତକ ? ବିରାଟ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ଘଣ୍ଟା ଭଳି ଦେଖାଯାଉ ଥିବା ଏହି ପ୍ରଡକ୍ଟ ୱାଚ୍‌ ନୁହେଁ ଏହା ଏକ ଫିଟନେସ୍‌ ବ୍ୟାଣ୍ଡ୍‌। କିନ୍ତୁ ଏହି ଫିଟନେସ୍‌ ବ୍ୟାଣ୍ଡ ଅନ୍ୟ ଫିଟନେସ୍‌ ବ୍ୟାଣ୍ଡ ବା ଟ୍ରାକର ଠାରୁ ଖୁବ୍ ଅଲଗା। ଏହି ଫିଟନେସ୍‌ ବ୍ୟାଣ୍ଡ Whoop ବ୍ରାଣ୍ଡର , ଯାହା ବର୍ତ୍ତମାନ ଭାରତରେ ଲଞ୍ଚ ହୋଇ ନାହିଁ। ମାର୍କେଟ୍‌ରେ ଅନେକ ପ୍ରକାରର ସ୍ମାର୍ଟ ୱାଚ୍‌ ଓ ଫିଟନେସ୍‌ ବ୍ୟାଣ୍ଡ ଅଛି , କିନ୍ତୁ ଏହା ଅଲଗା ଅଲଗା ପ୍ରକାରର ବ୍ୟାଣ୍ଡ। ଏଥିରେ ଡିସପ୍ଲେ ନାହିଁ ଏବଂ ଏହା ଅଲଗା ପ୍ରକାରରେ ଚାର୍ଜ ହୋଇଥାଏ। ଏହାର ଫିଚର୍ସ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ।

କେବଳ ବିରାଟ ନୁହଁନ୍ତି , ଅନ୍ୟ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ହାତରେ ମଧ୍ୟ ଆପଣଙ୍କୁ ଏହି ବ୍ୟାଣ୍ଡ ନଜର ଆସିପାରେ। ପ୍ରଶ୍ନ ଆସୁଛି କି, ଯେଉଁଠି ସାରା ଦୁନିଆ ଆପଲ୍‌ୱାଚ୍ ଓ ଅନ୍ୟ ସ୍ମାର୍ଟ ୱାଚ୍‌ ପଛରେ ଦୌଡ଼ୁଛନ୍ତି , ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳିମାନେ ଏହି ଫିଟନେସ୍‌ ବ୍ୟାଣ୍ଡକୁ କାହିଁକି ପିନ୍ଧୁଛନ୍ତି। 

Whoop ବ୍ରାଣ୍ଡର କଣ ରହିଛି ସ୍ୱତନ୍ତ୍ରତା ?

ଏହି ବ୍ରାଣ୍ଡର ଆରମ୍ଭ ୨୦୧୫ରେ ହୋଇଥିଲା। ୱିଲ୍‌ ଅହମଦ ଏହାର ସିଇଓ ଓ ପ୍ରତିଷ୍ଠାତା। କମ୍ପାନୀ ୨୦୧୫ମସିହାରେ ନିଜର ପ୍ରଥମ ଡିଭାଇସ Whoop 1.0 ଲଞ୍ଚ କରିଥିଲା। ୨୦୨୧ ମସିହାରେ କମ୍ପାନୀ ଏହାର ୪.୦ ଭର୍ସନ ଲଞ୍ଚ କରିଛି। ନିକଟରେ କମ୍ପାନୀ OpenAI ସହ ପାର୍ଟନରସିପ୍‌ କରିଛି। ଏହି ଅନୁସାରେ କମ୍ପାନୀ Whoop କୋଚ୍‌କୁ ଲଞ୍ଚ କରିଛି। 

ସାଧାରଣ ଭାବେ ଅନ୍ୟ ଫିଟନେସ୍‌ ଟ୍ରାକର ଦ୍ୱାରା ଦେଖାଯାଉ ଥିବା ଡାଟା ସଠିକ୍‌ ହୋଇ ନଥାଏ। କିନ୍ତୁ Whoopର କହିବାନୁସାରେ, Whoop ବ୍ୟାଣ୍ଡ ଦ୍ୱାରା ଟ୍ରାକ୍‌ କରାଯାଉଥିବା ହେଲଥ୍‌ ଓ ଫିଟନେସ୍‌ ଡାଟା ୯୯ ପ୍ରତିଶତ ସଠିକ୍‌ ହୋଇଥାଏ। ଏହି ବ୍ୟାଣ୍ଡ କେବଳ ଟ୍ରାକ୍‌ କରି ନଥାଏ, କେବଳ ରିୟଲ ଟାଇମ୍‌ ଷ୍ଟ୍ରେସ୍‌ ସ୍କୋରକୁ ମଧ୍ୟ ଦର୍ଶାଇ ଥାଏ। ଏହା ଏକ ରିକଭରି ଫୋକସ୍ଡ ଟ୍ରାକର, ଯାହାକି ଖେଳାଳିଙ୍କୁ ଏହା ବି କହେ କି, ତାଙ୍କର ଶରୀର ଖେଳିବାକୁ କେତେ ପ୍ରସ୍ତୁତ ଓ କେଉଁ ପ୍ରକାରର ଇମ୍ପ୍ରୁମେଣ୍ଟର ଆବଶ୍ୟକତା ରହିଛି। 

ଏହି ବ୍ୟାଣ୍ଡରେ ଏକ ସ୍ଲିପ୍‌କୋଚ୍‌ର ଫିଚର ରହିଛି , ଯାହାକି ଦର୍ଶାଇ ଥାଏ କେତେ ସମୟ ଓ କିପରି ଶୋଇବା ଦ୍ୱାରା ଶରୀର ଭଲ କାର୍ଯ୍ୟକ୍ଷମ ରହିବ। ଏହା ଅନ୍ୟ ଟ୍ରାକର ଭଳି କେବଳ ଏହା କହି ନଥାଏ ଆପଣ କେତେ ଘଣ୍ଟା ଶୋଇବା ଉଚିତ ଓ କେତେ ଘଣ୍ଟା ଶୋଇଛନ୍ତି। ଏହା ପ୍ରତିଦିନ ଆପଣଙ୍କର ଶରୀରର ଆବଶ୍ୟକତା ହିସାବରେ ଏହା କହିଥାଏ ଆଜି ଆପଣ କେତେ ଘଣ୍ଟା ଶୋଇବେ ,ତ ଆପଣଙ୍କର ଶରୀର ୧୦୦ ପ୍ରତିଶତ ପ୍ରଦର୍ଶନ କରିପାରିବ।

ଆଉ ମଧ୍ୟ ଏହି ଫିଟନେସ୍‌ ବ୍ୟାଣ୍ଡ ସବ୍ସକ୍ରିପସନ ସ୍ତରୀୟ। ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ମାସିକ ସବ୍ସକ୍ରିପସନ ଫିସ୍‌ ଦେବାକୁ ହେବ। Whoop 4.0 ର ସାହାଯ୍ୟରେ ଆପଣ ହାଇରେଟ୍‌ ଭେରିବିଲିଟ , ଟେମ୍ପରେଚର , ରେସ୍ପିରେସନ ରେଟ୍‌ , ବ୍ଲଡ୍‌ ଅକ୍ସିଜେନ ଲେବଲ, କ୍ୟାଲୋରୀ ଏକ୍ସପେଣ୍ଡେଡ୍‌ ଓ ଆହୁରି ଅନେକ ଜିନିଷକୁ ଟ୍ରାକ୍‌ କରିପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.