ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

Operation Sindoor; ଭାରତ ଆଟାକ୍‌ରେ ୫ କୁଖ୍ୟାତ ଆତଙ୍କୀ ସଫା, ଦେଖନ୍ତୁ ପୁରା ଲିଷ୍ଟ

Published By : Ankita S | May 10, 2025 2:04 PM

ନୂଆଦିଲ୍ଲୀ,୧୦/୦୫: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି । ଏହାରି ଭିତରେ ମେ ୭ରେ ଭାରତ କରିଥିବା 'ଅପରେସନ୍ ସିନ୍ଦୂର'ରେ ୫ ଟପ୍ ଆତଙ୍କୀ ନିପାତ ହୋଇଛନ୍ତି । ଭାରତର ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ଆତଙ୍କୀଙ୍କ ପୁରା ଲିଷ୍ଟ ସାମ୍ନାକୁ ଆସିଛି । ଲସ୍କର ଆତଙ୍କୀ ମୁଦାସର ଖାଦିଆନ ଖାନ୍, ଅବୁ ଜିନ୍ଦାଲ ଏବଂ ଜୈଶ ଆତଙ୍କୀ ହାଫିଜ ମହମ୍ମଦ ଜମିଲ ସଫା ହୋଇଛି । ଏହାଛଡା ଜୈଶ ଆତଙ୍କୀ ମସୁଦ ଅଜହରର ସମ୍ପର୍କୀୟ ମଧ୍ୟ ନିପାତ ହୋଇଛି ।

ଏହା ବି ପଢନ୍ତୁ...ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ; ଫତେହ-୧ ବାଲିଷ୍ଟିକ ମିସାଇଲକୁ ଆକାଶରେ ମାରି ଖସାଇଲା ବାରାକ-୮

ମେ ୭ରେ ନିପାତ ୫ କୁଖ୍ୟାତ ଆତଙ୍କୀ

-LeT ଆତଙ୍କୀ ମୁଦାସର ଖାଦିଆନ ଖାନ୍ ସଫା

-jeMର ହାଫିଜ ମହମ୍ମଦ ଜମିଲ ନିହତ

-jeMର ମହମ୍ମଦ ୟୁସୁଫ ଅଜହର  ନିପାତ

-LeT ଖଲିଦ୍ ଓରଫ ଆକାଶ ନିହତ

-jeMର ମହମ୍ମଦ ହାସନ୍ ଖାନ୍ ନିପାତ

ଜୈଶ-ଏ-ମହମ୍ମଦ ଆତଙ୍କୀ ମହମ୍ମଦ ହାସନ୍ ଖାନ୍ । ସେ ପିଓକେରେ ଜୈଶର ଆପରେସନାଲ କମାଣ୍ଡର ମୁଫି ଅସଗର ଖାନ କଶ୍ମୀରୀର ପୁଅ ଥିଲା । ସେ ଜମ୍ମୁ କଶ୍ମୀରରେ ଆତଙ୍କୀବାଦୀ ହମଲାରେ ସାମିଲ ଥିଲା । ସେହିପରି ଖଲିଦ୍ ଓରଫ ଅବୁ ଆକାଶ ଲସ୍କର-ଏ-ତୋଏବାର ଆତଙ୍କୀ । ସେ ଜମ୍ମୁର ଏକାଧିକ ଆତଙ୍କବାଦୀ ହମଲାରେ ସାମିଲ ଥିଲା । ଆଫଗାନିସ୍ତାନର ଅସ୍ତ୍ରଶସ୍ତ୍ର ତସ୍କରୀରେ ସାମିଲ ଥିଲା । ସେହିପରି ଆତଙ୍କୀ jeMର ହାଫିଜ ମହମ୍ମଦ ଜମିଲ ମୈଲାନା ମସୁଦ ଅଜହରର ବଡ଼ ଶଳା ଥିଲା । ଆତଙ୍କୀ ମହମ୍ମଦ ୟୁସୁଫ ଅଜହର ଆତଙ୍କୀ ମୈଲାନା ମସୁଦର ସମ୍ପର୍କୀୟ । ସେ ଆଇସି-୮୧୪ ଅପହରଣ ମାମଲାରେ ସାମିଲ ଥିଲା । 

କହି ରଖୁଛୁ କି, ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକ ରହିଥିଲେ । ଆତଙ୍କୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ବିଶ୍ୱ ଏହାକୁ ନିନ୍ଦା କରିଥିଲା । ଆତଙ୍କୀ ହମଲା ପରେ କ୍ରୋଧରେ ଜଳୁଥିଲେ ପ୍ରତିଟି ଭାରତୀୟ । ପିଏମ୍, ପ୍ରତିରକ୍ଷାମନ୍ତ୍ରୀ, ଏନଏସଏ, ସେନାମୁଖ୍ୟଙ୍କ ସହ ଘନ ଘନ ବୈଠକ କରୁଥିଲେ । 

ଶେଷରେ ମେ ୬ ତାରିଖ ବିଳମ୍ବିତ ରାତିରେ ପିଓକେ ଓ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ୯ ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ କରିଥିଲା । ଏଥିରେ ଧ୍ୱଂସ ହୋଇଥିବା ଆତଙ୍କୀସ୍ତାନ । ଥରି ଉଠିଥିଲା ପାକିସ୍ତାନ । ୧୫ ଦିନ ପରେ ଲୁହ ଲହୁର ହିସାବ ନେଇଥିଲା ଭାରତ । ଏଥିରେ ପ୍ରାୟ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଯେଉଁଥିରେ ୫ କୁଖ୍ୟାତ ଆତଙ୍କୀ ଥିବା ଏକା ତାଲିକା ଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.