ନୂଆଦିଲ୍ଲୀ,୧୦/୦୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାସନ ଯୁଦ୍ଧକୁ ନେଇ ଆଜି ସେନା ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ମିଟ୍ ହୋଇଛି । ମିଛୁଆ ପାକିସ୍ତାନର ଅସଲ ଚେହେରା ପର୍ଦ୍ଦାଫାସ କରିଛି ଭାରତ । ଫଟୋ ଭିଡିଓ ଦେଖାଇ ଭାରତ ପ୍ରମାଣ ଦେଇଛି । ନୂଆଦିଲ୍ଲୀ ସାଉଥ କ୍ଲବରେ ସାମ୍ପ୍ରତିକ ସ୍ଥିତି ନେଇ ମିଳିତ ପ୍ରେସ୍‌ବ୍ରିଫ୍ ଜାରି ହୋଇଛି । ଏଥିରେ କର୍ଣ୍ଣଲ ସୋଫିଆ କ୍ୟୁରେସି, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଥିଲେ । ପାକିସ୍ତାନ ଭାରତୀୟ ନାଗରିକ ଓ ଧାର୍ମିକ ସ୍ଥାନକୁ ଟାର୍ଗେଟ କରୁଛି । ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି । ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କରାଯାଇଛି ବୋଲି କହିଛନ୍ତି କର୍ଣ୍ଣଲ ସୋଫିଆ କ୍ୟୁରେସି ।

ପ୍ରେସ୍‌ମିଟରେ କର୍ଣ୍ଣଲ ସୋଫିଆ କହିଛନ୍ତି, ''ପାକିସ୍ତାନ ଲଗାତାର ଆଟାକ କରୁଛି । ଗତକାଲି ରାତି ୧ଟା ୪୦ରେ ପାକିସ୍ତାନ ସିରସା ବେସ୍‌କୁ ଟାର୍ଗେଟ କରି ମିସାଇଲ ମାଡ କରିଥିଲା । ପାକିସ୍ତାନ ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରୁଛି । ପାକ୍ ପୂରା ବର୍ଡରରେ ଗୁଳିଗୋଳା ବର୍ଷଣ କରୁଛି । ଡ୍ରୋନ୍ ଏବଂ ଫାଇଟର ଜେଟ୍‌ର ବ୍ୟବହାର କରିଛି । ନାଗରିକ ଏବଂ ସୈନ୍ୟ ବେସ୍‌କୁ ଟାର୍ଗେଟ କରୁଛି । ଯାହାର ଜବାବ୍‌ ଦେଇଛି ଭାରତ । ପାକିସ୍ତାନର ଫରୱାର୍ଡ ପୋଷ୍ଟରେ ସେନା ମୁତୟନ ବଢାଇଛି । ଉସକାଇବାକୁ ଏମିତି କରୁଛି ।''

ଅଧିକ ପଢନ୍ତୁ...ଯୁଦ୍ଧ ସ୍ଥିତିରେ ବେଆଇନ ୱାକି-ଟକି ବିକ୍ରି, ୧୩ ଇ-କମର୍ସ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ

କର୍ଣ୍ଣଲ ସୋଫିଆ ଆହୁରି କହିଛନ୍ତି, ''ପାକିସ୍ତାନର ୬ଟି ଏୟାରବେସ୍‌କୁ ଧ୍ୱଂସ କରାଯାଇଛି । ପାକ୍‌ ହାଇସ୍ପିଡ଼ ମିସାଇଲ ବ୍ୟବହାର କରି ପଞ୍ଜାବର ଏୟାରବେସ ସେଷ୍ଟସକୁ ଟାର୍ଗେଟ କରିଥିଲା । ନିନ୍ଦନୀୟ କାମ କରି ଶ୍ରୀନଗର, ଅବନ୍ତିପୁରା ଏବଂ ଉଦ୍ଧମପୁରରେ ବାୟୁ ସେନା ଆଡ୍ଡାରେ ଡାକ୍ତରଖାନା ଓ ସ୍କୁଲ ପରିସରକୁ ଟାର୍ଗେଟ କରିଥିଲା । ପାକିସ୍ତାନର ଉଦ୍ଦେଶ୍ୟ ଓ ମାନସିକତା ଠିକ୍ ନାହିଁ । ପୂର୍ବ ପରି ଶୁକ୍ରବାର ରାତିରେ ମଧ୍ୟରେ ସେ ଆଟାକ୍ କରିଥିଲା । ପାକ୍‌ ନାଗରିକ ବିମାନକୁ ଢାଲ କରୁଛି ।''

S-400 ସୁରକ୍ଷିତ-  ସବୁଥିରେ ଫେଲ୍ ମାରିଥିବା ପାକ୍ ପାଖରେ ଆଉ କିଛି ଚାରା ନାହିଁ । ମିଛ ଓ ଗୁଜବ ପ୍ରଚାର କରୁଛି । ଭାରତର ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ସୈନ୍ୟ ଠିକଣାକୁ କ୍ଷତି ପହଞ୍ଚାଇଥିବା ମିଛରେ କହୁଛି । କର୍ଣ୍ଣଲ ସୋଫିଆ କ୍ୟୁରେସି ପ୍ରେସ୍‌ମିଟରେ ଫଟୋ ଓ ଭିଜୁଆଲ ଦେଖାଇ ମିଛୁଆ ପାକିସ୍ତାନର ପୋଲ ଖୋଲିଛନ୍ତି । ବାୟୁସେନା ଘାଟି ଓ ଏସ୍‌-୪୦୦କୁ ନଷ୍ଟ କରିଥିବା କହୁଛି । ତାହା ସମ୍ପୂର୍ଣ୍ଣ ମିଛ । ଏସ୍‌-୪୦୦ ସୁରକ୍ଷିତ ଅଛି । ଏୟାରବେସ୍‌ ବି ସୁରକ୍ଷିତ ରହିଥିବା କହିଛନ୍ତି କର୍ଣ୍ଣଲ ସୋଫିଆ କ୍ୟୁରେସି ।