ନୂଆଦିଲ୍ଲୀ, ୧୦/୦୫ : ପାକିସ୍ତାନର ଦେଶୀ ରାଫେଲ୍। ଦେଶ ପାଇଁ ସମ୍ପୂର୍ଣ୍ଣ ସ୍ଵଦେଶୀ କୌଶଳରେ ଫାଇଟର୍ ଜେଟ୍ ତିଆରି କରିଛନ୍ତି ପାକିସ୍ତାନୀ। ଯାହା ଆକାଶରେ ଉଡୁନି ବରଂ ରାସ୍ତାରେ ଗର୍ଜନ କରୁଛି। ଏଥିରେ ସବାର ହେବାକୁ ଲୋକଙ୍କ ଭିତରେ ପ୍ରତିଯୋଗୀତା ଚାଲିଛି। ଯାହାକୁ ଦେଖିଲେ ହସ ରୋକି ପାରିବେନି ଆପଣ। କାରଣ ଆକାଶ ତ ଛାଡ଼ ମାଟିରେ ବି ଖୁବ୍ ମୁସ୍କିଲରେ ଚାଲିବ ଏହି ରାଫେଲ୍। ଦେଶୀ ଜୁଗାଡ଼ ଲଗାଇ ଲୁହା, କାଠ, ପାଇପ୍ ସାହାଯ୍ୟରେ ଏହି ଫାଇଟର୍ ଜେଟ୍ ନିର୍ମାଣ କରିଛନ୍ତି ପାକିସ୍ତାନୀ ୱେଲ୍ଡର।
ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପାକିସ୍ତାନ ଗଳିରେ ରାଫେଲ୍ ଫାଇଟର୍ ଘୂରୁଥିବାର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ରାଫେଲର ରଙ୍ଗ ନୀଳ ଏବଂ ଏଥିରେ ପାକିସ୍ତାନ ଜାତୀୟ ପତାକା ବି ଲାଗିଛି। ତେବେ ଏହା କୌଣସି ଅସଲି ଫାଇଟର୍ ଜେଟ୍ ନୁହେଁ, କାଠ ଏବଂ ଲୁହାରେ ନିର୍ମିତ ହୋଇଥିବା ଏକ ଗାଡି। ଏହି ରାଫେଲ୍ ଗାଡିର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ୟୁଜରମାନେ ପାକିସ୍ତାନୀଙ୍କ ପାଗଳାମୀର ମଜାକ୍ ଉଡାଉଛନ୍ତି। ଏହାକୁ ନେଇ ମିମ୍ ସେୟାର କରାଯାଉଛି। ଏହି ରାଫେଲ୍ ଉଡ଼ୁଛି ନା ଏହାକୁ ଟାଣିବାକୁ ପଡ଼ୁଛି ବୋଲି ୟୁଜରମାନେ ପ୍ରଶ୍ନ କରୁଛନ୍ତି।
ଜଣେ ୟୁଜର ଲେଖିଛନ୍ତି ଯେ, ଏହାଠୁ ଭଲ ଭାରତର ଥ୍ରେସର ମେସିନ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଏହାଠୁ ଅଧିକ ସ୍ପିଡ୍ରେ ମୋ ସାଇକେଲ୍ ଚାଲିବ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ପାକିସ୍ତାନରେ କେମିତିକା ଲୋକ ଅଛନ୍ତି।
ଏହି ଖବରଟିକୁ ପଢନ୍ତୁ-'ପାକ୍ ମିଛ-ଗୁଜବ ପ୍ରଚାର କରୁଛି', ୬ ଜାଗାରେ ପଶି ମୁହଁତୋଡ଼ ଜବାବ୍ ଦିଆଯାଇଛି: ସେନା