ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ରଥଖଳା ହାଲ୍‌ଚାଲ୍‌... ତୁମ୍ବରେ ଅର ବିନ୍ଧ କାମ ଶେଷ, ଖଳାରେ ପହଞ୍ଚିଲା ୬୦ ପହି କାଠ

Published By : Prameya | May 10, 2025 10:17 AM

ପୁରୀ,୧୦/୦୫: ରଥ ଖଳାରେ ବିଶ୍ୱକର୍ମାମାନେ ରଥତ୍ରୟର ୪୨ ତୁମ୍ବରେ ଅର ବିନ୍ଧ ଖୋଦେଇ ସାରିଛନ୍ତି । ପ୍ରତି ତୁମ୍ବରେ ୧୬ ଯୋଡ଼ା ଲେଖାଏଁ ବିନ୍ଧ ହୋଇଛି । ସେଥିରେ ଅର ଭୁଞ୍ଜା ଯିବ । ସୁତାବାଡ଼ିଆ ପରେ କରତି ସେବକମାନେ ତୁମ୍ବରେ ଘେର କାଟୁଛନ୍ତି । ଫଳରେ ବକଳା ଅଂଶ ବାହାରି ଚକ ପାଇଁ ପ୍ରସ୍ତୁତ ହେଉଛି ତୁମ୍ବ । ଶୁକ୍ରବାର ସୁଦ୍ଧା ୪୨ରୁ ୧୯  ତୁମ୍ବର ଘେର କଟା ସରିଥିବା କହିଛନ୍ତି ମୁଖ୍ୟ କରତି ସେବକ ରଣଜିତ ମହାରଣା ।  

ସେହିଭଳି ତୁମ୍ବରେ ଅର କଣ୍ଟା ପାଇଁ ଅଗର ବିନ୍ଧ ମଧ୍ୟ ସରିବା ଉପରେ । ଶାଳରେ ଓଝା ସେବକ ରଥ ପାଇଁ ଅର କଣ୍ଟା ନିର୍ମାଣ ସାରି ପନ୍ଦାରି କାମରେ ଲାଗିଛନ୍ତି । ତାଳଧ୍ୱଜ ରଥର ୧୪ ଚକ ପାଇଁ ୪୪୮  ଅରକଣ୍ଟା, ଦେବଦଳନ ରଥର ୧୨ଟି ଚକ ପାଇଁ  ୩୮୪ ଓ ନନ୍ଦିଘୋଷର ୧୬ଟି ଚକ ପାଇଁ ୫୧୨  ଅର କଣ୍ଟା ଆବଶ୍ୟକ ବୋଲି ସୂଚନା ରହିଛି । 

ନୃସିଂହ ଚତୁର୍ଦ୍ଦଶୀ ପାଇଁ ଖଳାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଭୋଇ ସେବକମାନେ ୧୨ଫୁଟିଆ  ଅରମୁଣ୍ଡି ଧଉରା କାଠ ଯୋଗାଇଛନ୍ତି । ରଥ ନିର୍ମାଣ ପରମ୍ପରାରେ ସେଦିନ ହେବ ଗୁଜ ଅନୁକୂଳ ।  ରୂପକାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ  ଯୋଗଦେବେ । ଅରମୁଣ୍ଡି ଚଉପଟ ହେଲେ ସେଥିରେ କାମ କରିବେ ରୂପକାର । ଏଥିସହ ରଥ ଚକ ପ୍ରସ୍ତୁତି ପାଇଁ ଭୋଇସେବକମାନେ ଯନ୍ତା ଗାଡ଼ ଖୋଳିବେ ।  

ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଳାହେବ ଯନ୍ତାଗାଡ଼ । ସେଠାରେ ସିଙ୍ଗଡ଼ା ବାଡ଼ିଆ ପଦ୍ଧତି ରଥ ଚକ ପ୍ରସ୍ତୁତ ହେବ । ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ରଥ ଖଳାରେ ନିର୍ମାଣ ଅଗ୍ରଗତି ଦେଖିବା ସହ ନିର୍ମାଣକାରୀଙ୍କ  ଆବଶ୍ୟକତା ବୁଝି ମହାପ୍ରଭୁଙ୍କ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ରାତିରେ ୬୦ ଖଣ୍ଡ ପହି କାଠ ରଥଖଳାରେ ପହଞ୍ଚିଥିବା ଜଣାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.