ଭୁବନେଶ୍ୱର,୧୦/୦୫: ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତ ତୋଟାସାହିରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୬ ପରିବାରର ୬ ବଖରା ଘର । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜନପଡ଼ିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ ପରିବାର ଲୋକ ଶୋଇଥିବା ସମୟରେ ହଠାତ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଏହା ଦେଖି ପଡୋଶୀ ଲୋକ ଡାକ ପକାଇବାରୁ ଘର ଭିତରୁ ସମସ୍ତେ ଦୌଡ଼ି ବାହାରକୁ ଆସିଥିଲେ । ଫଳରେ କେବଳ ପିନ୍ଧାଲୁଗା ବ୍ୟତୀତ କୌଣସି ଆସବାବପତ୍ର ବାହାରକୁ କାଢ଼ିପାରିନଥିଲେ । ଯାହା ଫଳରେ ନିଆଁ ସମସ୍ତ ଜିନିଷରେ ଲାଗିଯାଇଥିଲା । ଘର ଭିତରେ ଥିବା ଧାନ, ଚାଉଳ ସହ ଅନ୍ୟ ଖାଦ୍ୟ ପଦାର୍ଥ ଏବଂ ସମସ୍ତ ଆସବାବପତ୍ର ମଧ୍ୟ ପୋଡି ଯାଇଥିଲା । ଏହା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାରଲୋକେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣା ପରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।