ଭୁବନେଶ୍ୱର,୧୦/୦୪: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଏମ୍ସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ସମୟରେ ଏମ୍ସରେ କାର୍ଯ୍ୟରତ କୌଣସି ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଛୁଟିରେ ରହିପାରିବେନି । ଯେଉଁମାନେ ଛୁଟିରେ ରହିଛନ୍ତି ସେମାନେ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ଏମ୍ସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
AIIMS Bhubaneswar announced cancellation of all kinds of leave, including vacation and station leave in view of emerging circumstances. pic.twitter.com/4ydoFagWY5
— ANI (@ANI) May 10, 2025