ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଶତ୍ରୁକୁ ମିଳିବ କଡ଼ା ଜବାବ... ତଟ ସୁରକ୍ଷାରେ ଡ୍ରୋନ୍, ୨୪ ଘଣ୍ଟିଆ ମେରାଇନ୍ ପାଟ୍ରୋଲିଂ ବ୍ୟବସ୍ଥା

Published By : Prameya | May 10, 2025 2:00 PM

ଭୁବନେଶ୍ଵର, ୧୦/୦୫ : ଡିଜି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ। ପ୍ରତିକ୍ରିୟା ରଖିଲେ କୋଷ୍ଟ ଗାର୍ଡ ADG ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ନେଭି, କୋଷ୍ଟ ଗାର୍ଡ ସହିତ ସମନ୍ଵୟ ରକ୍ଷା କରି ସୁରକ୍ଷାର ତଦାରଖ କରାଯାଉଛି। ଆମେ ଆଲର୍ଟ ରହିଛୁ। କୋଷ୍ଟାଲ ପୋଲିସ, ମେରାଇନ ଥାନା, ତଟବର୍ତ୍ତୀ ଅଞ୍ଚଳ ବାସିନ୍ଦାମାନଙ୍କ ସହ ଯୋଗାଯୋଗରେ ଅଛୁ। ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ଠାରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି।     

ଅରୁଣ ବୋଥ୍ରା ପୁଣି କହିଛନ୍ତି ଯେ, ତଟ ସୁରକ୍ଷାରେ ଡ୍ରୋନକୁ ସାମିଲ କରାଯାଇଛି। ୨୪ ଘଣ୍ଟିଆ ମେରାଇନ୍ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଦେଶରେ ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବା ପାଇଁ ସୁରକ୍ଷାକୁ ଦ୍ଵିଗୁଣିତ କରାଯାଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପାଟ୍ରୋଲିଂର ମାନବ ସମ୍ବଳକୁ ବଢ଼ାଇ ଦିଆଯାଇଛି। ଅବସରପ୍ରାପ୍ତ ନାଭାଲ ଅଫିସରଙ୍କ ସଂଖ୍ୟା ୯୦ ରୁ ୧୪୨କୁ ବୃଦ୍ଧି କରାଯାଇଛି। ତଟବର୍ତ୍ତୀ ମାଛଧରା ଅଞ୍ଚଳରେ ପାଞ୍ଚ ଜଣ ଲେଖାଏଁ ଲୋକଙ୍କୁ ନେଇ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି। ଉପକୂଳରେ ମାଛ ଧରା କେନ୍ଦ୍ରରେ SPOମାନେ ନିୟୋଜିତ ହୋଇଛନ୍ତି। 

ସମ୍ଭାବ୍ୟ ଆକ୍ରମଣ ମୁକାବିଲା ନେଇ ଡିଜି କ୍ୟାମ୍ପ ଅଫିସରେ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ବୈଠକରେ ଡିଜିପି, ମୁଖ୍ୟ ଶାସନ ସଚିବ, କୋଷ୍ଟାଲ ଅଫିସର, ଗୁଇନ୍ଦା ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଆଇଜି, ଆଇନ ଶୃଙ୍ଖଳା ଏଡିଜି, ନେଭି ଅଫିସର ଉପସ୍ଥିତ ରହିଥିଲେ। ବିଶେଷ କରି ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା ବାବଦରେ ଆଲୋଚନା ହୋଇଛି। 


ଏହି ଖବରଟିକୁ ପଢନ୍ତୁ-ମେ ୨୭ରେ କେରଳ ଛୁଇଁବ ମୌସୁମୀ !


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.