ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୀମାରେ ସୈନ୍ୟବଳ ଠୁଳ କରୁଛି ପାକିସ୍ତାନ; ଏୟାର ମିସାଇଲ ସିଷ୍ଟମ ସକ୍ରିୟ କଲା ଭାରତ

Published By : Bijay Swain | May 10, 2025 7:38 AM

Image courtesy: foreignpolicy

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ଅନୁସାରେ, ପାକିସ୍ତାନ ଶ୍ରୀନଗର ସମେତ ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ସୈନ୍ୟ ଏବଂ ଟ୍ୟାଙ୍କରର ବିପୁଳ ଜମା ଆରମ୍ଭ କରିଛି। ଏହାର ଜବାବରେ ଭାରତ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରି ଆକାଶ ଏବଂ MRSAM ପରି ଭୂମିରୁ ଆକାଶକୁ ମାରକାତ୍ମକ ମିସାଇଲ ପ୍ରଣାଳୀକୁ ସୀମା ନିକଟରେ ମୁତୟନ କରିଛି।

ସୂତ୍ର ଅନୁସାରେ, ପାକିସ୍ତାନ ଗତ କିଛି ଦିନ ମଧ୍ୟରେ ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ ଏବଂ ଭୁଜ ସମେତ ଉତ୍ତର ଓ ପଶ୍ଚିମ ଭାରତର ଅନେକ ସୈନିକ ଅଡ଼ାକୁ ଡ୍ରୋନ ଓ ମିସାଇଲ ଦ୍ୱାରା ଟାର୍ଗେଟ କରିବାକୁ ଚେଷ୍ଟା କରିଛି। ଭାରତୀୟ ସେନା ଏହି ଆକ୍ରମଣକୁ ବିଫଳ କରି ନିଜର ଉନ୍ନତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିଛି। ବିଶେଷ କରି ସ୍ୱଦେଶୀ ଆକାଶ ମିସାଇଲ ସିଷ୍ଟମ ପାକିସ୍ତାନୀ ଡ୍ରୋନ ଓ ମିସାଇଲକୁ ନିଷ୍କ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରୁ ବିପୁଳ ସୈନିକ କାର୍ଯ୍ୟକଳାପ ଦେଖାଯାଇଛି। ସ୍ଥାନୀୟ ଲୋକେ ଶ୍ରୀନଗର ବିମାନବନ୍ଦର ନିକଟରେ ଅନେକ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିଥିବା ନେଇ ଦାବି କରିଛନ୍ତି। ଯାହା ପରେ ଏହି ଅଞ୍ଚଳରେ ବ୍ଲାକଆଉଟ ଲାଗୁ କରାଯାଇଛି। ଭାରତୀୟ ସେନା ନିଶ୍ଚିତ କରିଛି ଯେ ପାକିସ୍ତାନୀ ଡ୍ରୋନକୁ ନିଶାନା କରିବା ପାଇଁ କାଉଣ୍ଟର-ଡ୍ରୋନ ସିଷ୍ଟମ ଏବଂ ଭୂମିରୁ ଆକାଶକୁ ମାରକ କ୍ଷମତା ଥିବା ମିସାଇଲ ସକ୍ରିୟ କରାଯାଇଛି।

ପାକିସ୍ତାନ ସେନା ଦାବି କରିଛି ଯେ ଭାରତ ଶନିବାର ଭୋରରେ ତାଙ୍କର ତିନୋଟି ପ୍ରମୁଖ ବାୟୁ ଆଡ଼ା ନୂର ଖାନ, ମୁରିଦ, ଏବଂ ରାଫିକି ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଏହାର ଜବାବରେ ପାକିସ୍ତାନ ‘ଅପରେସନ ବୁନୟାନୁନ ମାରସୁସ’ ଆରମ୍ଭ କରିବାର ଘୋଷଣା କରିଛି। ଯେଉଁଥିରେ ସେ ପଠାନକୋଟ ଏବଂ ଉଧମପୁରରେ ଭାରତୀୟ ସୈନିକ ଅଡ଼ାକୁ ନିଶାନା କରିବା ପାଇଁ ଫତେହ ମିସାଇଲର ବ୍ୟବହାର କରିଛି। ତେବେ ଭାରତୀୟ ସେନା ଦ୍ୱାରା ପାକିସ୍ତାନର ଏହି ଉଦ୍ୟମକୁ ପଣ୍ଡ କରିଦିଆ ଯାଇଛି।

ପାକ୍ ର ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଭାରତ ଶ୍ରୀନଗର, ଜମ୍ମୁ, ଅମୃତସର, ଚଣ୍ଡୀଗଡ଼, ଏବଂ ଜୋଧପୁର ସମେତ ୩୨ ବିମାନବନ୍ଦରରେ ୧୫ ମଇ ପର୍ଯ୍ୟନ୍ତ ନାଗରିକ ଉଡ଼ାଣ ବାତିଲ କରାଯାଇଛି। ପ୍ରଶାସନ ସୀମାବର୍ତ୍ତୀ ଅଞ୍ଚଳରେ ବ୍ଲାକଆଉଟ ଲାଗୁ କରିଛି ଏବଂ ନାଗରିକଙ୍କୁ ଘରେ ରହିବା, ସୈନିକ କାର୍ଯ୍ୟକଳାପର ଫଟୋ ନ ଉଠାଇବା ଏବଂ ସୋସିଆଲ ମିଡିଆରେ ଅପଡେଟ ସେୟାର ନ କରିବା ପାଇଁ ଅନୁରୋଧ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.