ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପାକିସ୍ତାନର ତିନି ବଡ ଏୟାର ବେସ ଉପରେ ଭାରତର ଆକ୍ରମଣ; ପାକିସ୍ତାନୀ ସେନାର ବ୍ୟାପକ ବିମାନ କ୍ଷତିଗ୍ରସ୍ତ

Published By : Bijay Swain | May 10, 2025 5:34 AM

ଲାହୋର: ପାକିସ୍ତାନର ତିନିଟି ବଡ ଏୟାର ବେସ ଉପରେ ଭାରତ ରକେଟ ମାଡ କରିଛି। ଏହି ଆକ୍ରମଣରେ ପାକିସ୍ତାନର ରଫିକି, ମୁରିଦ ଓ ରାୱଲପିଣ୍ଡି ଏୟାର ବେସ ଧ୍ୱସଂ ହୋଇଯାଇଛି। ଅପରେସନ ସିନ୍ଦୁର ପରେ ଏହା ପାକିସ୍ତାନ ଉପରେ ଭାରତର ଏହା ସବୁଠୁ ବଡ ଆକ୍ରମଣ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। 

ଏହି ଆକ୍ରମଣରେ ପାକିସ୍ତାନର ଏୟାର ବେସ ଗୁଡିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ପାକିସ୍ତାନ ବାୟୁ ସେନାର ଅନେକ ସାମରିକ ଓ ବେସାମରିକ ବିମାନ ଏହି ଆକ୍ରମଣରେ ନଷ୍ଟ ହୋଇଯାଇଛି। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କ୍ଷତିଗ୍ରସ୍ତ ହୋଇଥିବା ବିମାନର ମସିନାରି ଗୁଡିକ ମଧ୍ୟ କାମ କରିବା ବନ୍ଦ କରିଦେଇଛନ୍ତି। ଏନେଇ ପାକିସ୍ତାନ ସେନା ଆଧିକାରିକ ସ୍ତରରେ ଘୋଷଣା କରିଛି। 

ପାକିସ୍ତାନ ସେନାର ୱିଙ୍ଗ ଡିଜିଆଇଏସପିଆରଙ୍କ ତରଫରୁ ଭାରତକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଫମ୍ଫା ଧମକ ମଧ୍ୟ ଦିଆଯାଇଛି। ଭାରତ ଆକ୍ରମଣ କରିଥିବା ଏୟାର ବେସ ଗୁଡିକ ପାକିସ୍ତାନର ସବୁଠୁ ବଡ ଏୟାର ବେସ ଗୁଡିକ ମଧ୍ୟରେ ପରିଗଣିତ ହୋଇଥାଏ। ଏହି ଆକ୍ରମଣ ପରେ ପାକିସ୍ତାନ ନିଜର ସମସ୍ତ ବଡ ସହର ପାଇଁ ହାଇ ଆଲର୍ଟ ଘୋଷଣା କରିଛି। 

ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚିଛି। ଏହି ଆକ୍ରମଣପେର ପାକିସ୍ତାନ ବାୟୁସେନା ନିଜ ମେସିନାରୀ ଗୁଡିକୁ ଚାଲୁ ମଧ୍ୟ କରିପାରି ନଥିଲା। ଇସ୍ଲାମାବାଦ, ରାୱଲପିଣ୍ଡି, ସିଆଲକୋଟ, ଲାହୋର ଓ ପେଶାୱର ଉପରେ ଭାରତର ଅନେକ ଡ୍ରୋନ ଘୁରି ବୁଲୁଛି ବୋଲି ପାକିସ୍ତାନ ସେନା ଦାବି କରିଛି। ଏହାଛଡା ଗୁଜରାୱାଲା, ଅଟକ ଓ ଅନ୍ୟ ବଡ ସହରମାନଙ୍କରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.