ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନିର୍ବାସିତ ନଓ୍ବାଜ ଶରିଫଙ୍କ ଦାବି: ‘ଆମ ସରକାର ଥିଲେ ଜି-୨୦ ଆୟୋଜନ କରିଥାନ୍ତା ପାକିସ୍ତାନ’

ଲଣ୍ଡନ, ୧୨/୦୯: ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଥିବାରୁ ଭାରତକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଲାଗିରହିଛି । ରୁଷ, ଆମେରିକା ଏବଂ ଚୀନ୍‌ ଭଳି ବିଭିନ୍ନ ଦେଶ ଏବେ ଭାରତକୁ ପ୍ରଶଂସା କରୁଛନ୍ତି । ହେଲେ ଭାରତର ସଫଳତା ଦେଖି ପଡ଼ୋଶୀ ପାକିସ୍ତାନ ବିଳିବିଳେଇ ହେଉଛି । ପାକିସ୍ତାନ ସଂପର୍କରେ ଜି-୨୦ରେ କୌଣସି ଆଲୋଚନା ବି ହୋଇନାହିଁ । ସେପଟେ ପାକିସ୍ତାନର ନେତାଙ୍କୁ ଲାଗୁଛି ଜ-୨୦ ସମ୍ମିଳନୀ ଆୟୋଜନ କରିବା ବେଶି ବଡ଼ କଥା ନୁହେଁ । ଏମିତି ସମ୍ମିଳନୀର ଆୟୋଜନ ପାକିସ୍ତାନ ମଧ୍ୟ କରିପାରିବ । 

ସହରରେ ହଠାତ ପ୍ରବାହିତ ହେଲା ମଦର ବନ୍ୟା, କେମିତି ଘଟିଗଲା ଏତେବଡ଼ ଦୁର୍ଘଟଣା ?

ଲଣ୍ଡନରେ ନିର୍ବାସିତ ଜୀବନ ବିତାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ କହିଛନ୍ତି ଯେ, ଯଦି ରାଜନୖତିକ ସ୍ଥିରତା ଆସେ ତେବେ ପାକିସ୍ତାନ ମଧ୍ୟ ଜି-୨୦ ଆୟୋଜନ କରିବାରେ ସମର୍ଥ । ଲଣ୍ଡନରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜର ମୁଖ୍ୟ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନର ସ୍ଥିତି ଯଦି ୨୦୧୭ ଭଳି ଥାଆନ୍ତା ତେବେ ଏଭଳି ସମ୍ମଳନୀର ଆୟୋଜନ ହେଉଥାନ୍ତା । ପାକିସ୍ତାନ ଜି-୨୦ରେ ସାମିଲ ହୋଇସାରିଥାନ୍ତା ବୋଲି ଦୃଢ଼ୋକ୍ତ ବାଢ଼ିଛନ୍ତି ନଓ୍ବାଜ ଶରିଫ ।  

ନଓ୍ବାଜଙ୍କ ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଦାର ମଧ୍ୟ ଏଭଳି କିଛି ଦାବି କରିଥିଲେ । ସେ କହିଥିଲେ, ଦେଶରେ ପିଏମଏଲ-ଏନ ସରକାର ଥିଲା ବେଳେ ପାକିସ୍ତାନର ଅର୍ଥନୀତି ବିଶ୍ବର ଅଗ୍ରଣୀ ଦେଶମାନଙ୍କ ଭଳି ଥିଲା । ଅନ୍ୟପଟେ ଜି-୨୦ର ଆୟୋଜନ କରି ଭାରତ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା କୁହାଯାଉଛି । ଚୀନ୍‌ ଭଳି ମହାଶକ୍ତି ସାମ୍ନାରେ ଭାରତ ଏକ ବିଶ୍ବ ଶକ୍ତି ଭାବେ ନିଜର ପରିଚୟ ଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । 

କର୍କଟ କୋଷିକା ନଷ୍ଟ କରିବ ହାଇବ୍ରିଡ୍‌ ନାନୋପାର୍ଟିକଲ୍, ବିକଶିତ କଲେ ଭାରତୀୟ ବୈଜ୍ଞାନିକ

  • G20 Summit
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.