ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଛି ଚୀନ୍‌ ଇକୋନୋମି, କ୍ଷତିରେ ଚାଲିଛି ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ

ବେଜିଂ, ୧୪/୦୯: ବିଶ୍ବର ଦ୍ବିତୀୟ ବଡ଼ ଅର୍ଥନୀତି ଚୀନ୍‌ର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଚୀନ୍‌ରେ ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି । ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଚୀନ୍‌ର ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଦେଶରେ ବିଶେଷ ଭାବେ ରିୟଲ ଇଷ୍ଟେଟ୍‌ ବଜାରରେ ମାନ୍ଦାବସ୍ଥା ଚରମରେ ପହଞ୍ଚିଛି । 

ଅକ୍ଟୋବରରୁ ବଦଳି ଯିବ ନିୟମ, ସବୁଥିପାଇଁ ଦରକାର ହେବ ଜନ୍ମ ପ୍ରମାଣପତ୍ର

ଲୋକମାନେ ଘର କିଣିବାକୁ ରାଜି ହେଉନାହାନ୍ତି । ଦେଶର ଅର୍ଥନୀତିରେ ହାଉସିଂ ସେକ୍ଟରର ଭାଗିଦାରୀ ୧୨ ପ୍ରତିଶତ ରହିଛି । ସେପଟେ ଘର କିଣୁଥିବା ଗ୍ରାହକଙ୍କ ସଂଖ୍ୟା ଆହୁରି ୨୦ ପ୍ରତିଶତ କମିପାରେ ବୋଲି ଆକଳନ କରିଛି ଗ୍ଲୋବାଲ ରେଟିଂ ଏଜେନ୍ସି ଫିଚ୍‌ (Fitch) । ଚୀନର ରପ୍ତାନୀ ମାତ୍ରା ହ୍ରାସ ପାଉଛି । ଏସବୁ ଭିତରେ ଲୋକେ ଖର୍ଚ୍ଚ କରିବା ଠାରୁ ଅଧିକ ସଂଚୟ କରିବାରେ ଲାଗିଛନ୍ତି । 

ଚଳିତବର୍ଷ ବିଶ୍ବ ଇକୋନୋମିରେ ବୃଦ୍ଧି ଆସିବ ବୋଲି ଫିଚ୍‌ ଅନୁମାନ କରିଛି । ହେଲେ ଚୀନ୍‌ର ରିୟଲ ଇଷ୍ଟେଟ୍‌ର କ୍ଷତି ଗ୍ଲୋବାଲ ଇକୋନୋମିକୁ ବିଶେଷ ପ୍ରଭାବିତ କରିବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ ସତର୍କ କରାଇଦିଆଯାଇଛି । ସେପଟେ ସ୍ଥିତିର ସୁଧାର ଆଣିବା ଲାଗି ଚୀନ ଯେଉଁ ସବୁ ନୀତି ଆପଣାଉଛି ତାହା କାମ ଦେଉନାହିଁ ବୋଲି ଦାବି ହୋଇଛି ।ଅନ୍ୟପକ୍ଷରେ ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ଥିବା ନେଇ ଫିଚ୍‌ ସୂଚନା ଦେଇଛି । କିନ୍ତୁ ଏଲ୍‌ନିନୋର ବିପଦ ଭରତୀୟ ଅର୍ଥନୀତିକୁ ପ୍ରଭାବିତ କରିପାରେ ।  

‘ପ୍ରତ୍ୟେକ ସନାତନୀ ସତର୍କ ରୁହନ୍ତୁ’, ଧର୍ମ ବିରୋଧ ନେଇ ପ୍ରଥମ ଥର ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି,‘ଇଣ୍ଡିଆ’ ମେଣ୍ଟକୁ କଲେ ସମାଲୋଚନା


Copyright © 2022 - Summa Real Media Private Limited. All Rights Reserved.