ପ୍ରମୂଖ ଖବର
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଶାହରୁଖ କହିଲେ ରାମାୟଣ ସହ ଜଡ଼ିତ ପିଲା ଦିନର ରହସ୍ୟ, ପ୍ରଭୁ ରାମଚନ୍ଦ୍ରଙ୍କର କଲେ ଜୟ ଗାନ

ମୁମ୍ୱାଇ : ଶାହରୁଖ ଖାନଙ୍କ ଫ୍ୟାନ୍ସ ପେଜ୍‌ରେ ତାଙ୍କର ଅନେକ ଭିଡ଼ିଓ ଭାଇରାଲ ହେଉଛି। ଏମିତି ଏକ ଭିଡ଼ିଓରେ ଶାହରୁଖ ଖାନ ନିଜ ପିଲା ଦିନ ସହ ଜଡ଼ିତ ସବୁ ଉତ୍ସାହଜନକ କଥା କହିଛନ୍ତି। ତାଙ୍କ ଲାଇଫ୍‌ର ଏହି ସିକ୍ରେଟ୍‌ ବୋଧହୁଏ ବହୁତ କମ୍‌ ଲୋକଙ୍କୁ ଜଣାଥିବ। ଶାହରୁଖ ଏହି ଭିଡ଼ିଓରେ କହୁଛନ୍ତି କି, ସେ ସବୁ ଧର୍ମର ସମ୍ମାନ କରିଥା'ନ୍ତି। ସେ ଗୀତା , କୋରାନ ଓ ବାଇବେଲ୍‌ର ଶିକ୍ଷାକୁ ମଧ୍ୟ ଏକ ପ୍ରକାର ଥିବା କହିଛନ୍ତି। ଏହାପରେ ଲୋକଙ୍କ ସାମନାରେ ସିୟା ରାମ ଓ ପବନସୁତ ହନୁମାନଙ୍କ ଜୟକାର କରିଛନ୍ତି। ଏହାପରେ ରାମଲୀଳାଙ୍କ ସହ ଜଡ଼ିତ ନିଜର କନେକ୍ସନର ରହସ୍ୟ ଖୋଲୁଛନ୍ତି।

ପୁରୁଣା ଭାଇରାଲ ଭିଡ଼ିଓ କ୍ଲିପ୍‌ରେ ଶାହରୁଖ କହୁଛନ୍ତି ,ମୁଁ କୋରାନ ବିଷୟରେ କହୁଛି, ଯାହା କି ବାଇବେଲ ପରି। ଯାହା କି ତୋରାହ , ଗୀତା ଓ ମହାଭାରତ ପରି। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗେ , ଯେବେ ଲୋକ ଏହି ବିଷୟରେ ଝଗଡ଼ା କରିଥାନ୍ତି। ଏହା ଏମିତି , ଯେମିତି ଗୋଟିଏ ହିଁ ନଭେଲ , ଗୋଟିଏ ହିଁ ଟପିକ୍‌ , ଖାଲି ଭାଷା ଅଲଗା। ଅସୁବିଧା କଣ ? ଆପଣ ଅଲଗା ଅଲଗା ଭାଷା ଯେମିତି ସ୍ପାନିଶ୍‌ , ଜର୍ମାନ, ଫ୍ରେଞ୍ଚ , ହିନ୍ଦି, ଇଂରାଜୀ, ସଂସ୍କୃତ ଶିଖି ପାରିବେ ଏବଂ କୌଣସି ଅସୁବିଧା ହେବ ନାହିଁ। 

କିନ୍ତୁ ଯଦି ମୁଁ ଖ୍ରୀଷ୍ଟିଆନିଟି ବିଷୟରେ ଶିଖିବି ବା ହିନ୍ଦୁ ଧର୍ମ ବିଷୟରେ ଶିଖିବି ତ କାହିଁକି ଅସୁବିଧା ହେବ । ମୁଁ ତ ଏଥିରେ ବଡ଼ ହୋଇଛି। ମୁଁ କ୍ୟାଥଲିକ୍‌ ସ୍କୁଲ୍‌ରେ ଥିଲି, ଯାହାର ନାଁ ସେଣ୍ଟ କଲମ୍ୱସ ଅଛି। ମୋତେ ଏହା ଉପରେ ବହୁତ ଗର୍ବ। ମୁଁ ଛାବଡାସାହବଙ୍କ ରାମଲୀଳା କରି ହିନ୍ଦୁ ଧର୍ମ ବିଷୟରେ ଶିଖିଛି , ଯାହା ଖୁବ୍ ଆକର୍ଷଣୀୟ ଥିଲା। ମୁଁ ବାନର ସେନାରେ ଥିଲି। ଆପଣ ସମସ୍ତଙ୍କ ପାଇଁ ପୁଣି ଥରେ କହିବାକୁ ଚାହୁଁଛି। ଏହାପରେ ଶାହରୁଖ ଖାନ କହୁଛନ୍ତି, ବୋଲ ସିୟାପତି ରାମଚନ୍ଦ୍ର କି ଜୟପବନ ପୁତ୍ର ହନୁମାନ କି ଜୟ। ମୁଁ ଏ ସବୁ କରୁଥିଲି। ଇସଲାମ ମୁଁ ନିଜ ପରିବାର ଠାରୁ ଶିଖିଛି। ଏଥିପାଇଁ ମୋତେ ଲାଗେ କି ମୁଁ ସବୁ ଧର୍ମର ପ୍ରଶଂସା କରୁଛି। 

ସେପଟେ ଶାହରୁଖଙ୍କର ଏହି କ୍ଲିପ୍‌ରେ ଅନେକ କମେଣ୍ଟ ଆସିଛି। ଅଧିକାଂଶ ତାଙ୍କର ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଖୁବ୍‌ ସ୍ମାର୍ଟ ମଣିଷ। କଥାବାର୍ତ୍ତାରେ ଆପଣ ତାଙ୍କୁ ହରାଇ ପାରିବେ ନାହିଁ। ଆଉ ଜଣେ ଲେଖିଛନ୍ତି , ସେଥିପାଇଁ ଲେଖା-ପଢା ଲୋକ ଶାହରୁଖ ଖାନଙ୍କୁ ପସନ୍ଦ କରିଥାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.