ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପାରିବାରିକ କଳହ : ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଖଜୁରୀପଡ଼ା ୧।୮ : ପାରିବାରିକ କଳହକୁ  ନେଇ ବିଷ ପିଇ ଜୀବନ ହାରିଲେ  ମହିଳା। ଏଭଳି ଏକ ଘଟଣା ଘଟିଛି ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତର ଗେଡ୍ରିପାଜୁ ଗ୍ରାମରେ ।  ମୃତ ମହିଳା ଜଣକ ହେଲେ ମିନାକ୍ଷୀ ଭୋଇ। 

ଏହି ଗ୍ରାମର  ବିପ୍ର ଭୋଇ  ପ୍ରତିଦିନ ମଦ୍ୟପାନ କରୁଥିବା ଯୋଗୁଁ  ତାଙ୍କ ସ୍ତ୍ରୀ ମିନାକ୍ଷୀଙ୍କ  ସହ ସବୁବେଳେ କଳହ ଲାଗି ରହୁଥିଲା । ସ୍ବାମୀଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ନ ବୁଝିବାରୁ ମିନାକ୍ଷୀ ବାଧ୍ୟ ହୋଇ ନିଜ ବାପ ଘରକୁ ଚାଲି ଯାଇଥିଲେ । ତେବେ ବିପ୍ର ସେଠାକୁ ଯାଇ ସ୍ତ୍ରୀଙ୍କୁ   ବୁଝାସୁଝା କରି ନିଜ ଘରକୁ ଫେରାଇ ଆଣିଥିଲେ। କିନ୍ତୁ କୌଣସି କାରଣ ବଶତଃ ମଙ୍ଗଳବାର ରାତିରେ ମିନାକ୍ଷୀ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଫୁଲବାଣୀ ବଡ ମେଡିକାଲ ନେଇ   ମିନାକ୍ଷୀଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମୀନାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଖଜୁରୀପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.