ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତୀୟ ରେଳବାଇରେ ନୂଆ ନିୟମ: ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତି ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପୁରା ଖବର...

Published By : Bijay Swain | July 4, 2025 12:22 AM

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତିର ସମୟରେ ପରିବର୍ତ୍ତନ ଆଣିଛି। ଏହି ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନେ ଟ୍ରେନ୍ ଛାଡିବା ପୂର୍ବରୁ ଅଧିକ ସମୟ ପାଇ ସେମାନଙ୍କ ସିଟ୍ ନିଶ୍ଚିତତା ସ୍ଥିତି ଜାଣିପାରିବେ।

ଜାରି ହୋଇଥିବା ନୂଆ ସମୟ ସୂଚୀ ଅନୁସାରେ ସକାଳ ୫ଟାରୁ ଦିନ ୨ଟା ମଧ୍ୟରେ ଛାଡୁଥିବା ଟ୍ରେନ୍ ପାଇଁ ପ୍ରଥମ ଚାର୍ଟ ପୂର୍ବ ଦିନ ରାତି ୯ଟା ସୁଦ୍ଧା ପ୍ରସ୍ତୁତ ହେବ। ସେହିଭଳି ଅନ୍ୟ ସମୟରେ ଛାଡୁଥିବା ଟ୍ରେନ୍ ଗୁଡିକ ପାଇଁ ଟ୍ରେନ୍ ଛାଡିବାର ଅତି କମ୍‌ରେ ୮ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ ହେବ।

ଯାତ୍ରୀଙ୍କ ପାଇଁ ସୁବିଧା

ରେଳବାଇ ବିଭାଗର ଏହି ନୂଆ ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଓ୍ୱେଟିଂ କିମ୍ବା RAC ଟିକେଟର ସ୍ଥିତି ଆଗୁଆ ଜାଣିବାରେ ସହାୟକ। ସେହିଭଳି ବିକଳ୍ପ ଯୋଜନା ପାଇଁ ମଧ୍ୟ ଯାତ୍ରୀ ମାନଙ୍କ ପାଇଁ ଅଧିକ ସମୟ ମିଳିବ। ଏହା ସହ ଟ୍ରେନ ବୁକ୍ ହେବା ପରେ ବଳକା ଥିବା ଖାଲି ସିଟ୍ ଥାଏ ତେବେ ତାହାର କରେଣ୍ଟ ବୁକିଂ କରିବାର ସୁଯୋଗ ମିଳିବ।

କିପରି ଚେକ୍ କରିବେ?

ଯାତ୍ରୀମାନେ IRCTC ଓ୍ୱେବସାଇଟ (www.irctc.co.in), IRCTC ଆପ୍‌ କିମ୍ବା ଷ୍ଟେସନର ଡିସପ୍ଲେ ବୋର୍ଡ ଓ ରିଜର୍ଭେସନ୍ କାଉଣ୍ଟର ମାଧ୍ୟମରେ PNR ନମ୍ବର ବ୍ୟବହାର କରି ଚାର୍ଟ ଚେକ୍ କରିପାରିବେ।

ପୂର୍ବରୁ ଚାର୍ଟ ୪ ଘଣ୍ଟା ଆଗରୁ ପ୍ରସ୍ତୁତ ହେଉଥିଲା, ଯାହା ଯାତ୍ରୀଙ୍କ ପାଇଁ ସାଧାରଣତଃ ଅସୁବିଧାଜନକ ଥିଲା। ନୂଆ ନିୟମ ମୁତାବକ ଯାତ୍ରା ଯୋଜନାକୁ ସହଜ କରିବ। ଏହି ନିୟମ ୧ ଜୁଲାଇ ୨୦୨୫ରୁ ଲାଗୁ ହୋଇଛି। ଏହି ନିୟମ ସମ୍ପର୍କରେ ଅଧିକ ସୂଚନା ପାଇଁ IRCTC ଓ୍ୱେବସାଇଟ କିମ୍ବା ରେଳଷ୍ଟେସନ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.