ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜ୍ଞାନବ୍ୟାପୀର ଏଏସଆଇ ସର୍ଭେର ମିଡ଼ିଆ କଭରେଜ ଉପରେ ରୋକ୍‌ , ବାରଣାସୀ କୋର୍ଟଙ୍କ ଆସିଲା ଆଦେଶ

ନୂଆଦିଲ୍ଲୀ : ବାରଣାସୀର ଜିଲ୍ଲା କୋର୍ଟ ମିଡ଼ିଆକୁ ଜ୍ଞାନବ୍ୟାପୀ ମସଜିଦ୍‌ ପରିସରର ଜାରି ଏଏସଆଇ ସର୍ଭେର କଭରେଜ୍‌ ପାଇଁ ରୋକ୍‌ ଲଗେଇଛନ୍ତି। କୋର୍ଟ ସର୍ଭେ ଟିମ୍‌ର ସଦସ୍ୟଙ୍କୁ କୌଣସି ବି ମିଡ଼ିଆ ଆଉଟଲେଟ୍‌ରେ ପ୍ରତିକ୍ରିୟା ନଦେବାକୁ କହିଛନ୍ତି। ଜିଲ୍ଲା କୋର୍ଟଙ୍କର ଆଦେଶ ମୁସଲିମ୍‌ ପକ୍ଷ ପାଇଁ ଆଶ୍ୱସ୍ତି ଭରା ଖବର ହୋଇଛି। ଅଞ୍ଜୁମନ ଇନ୍ତଜମିଆ କମିଟି ଜ୍ଞାନବ୍ୟାପୀ ମସଜିଦ୍‌ ପରିସରର ଏଏସଆଇ ସର୍ଭେର ମିଡ଼ିଆକୁ କଭରେଜ୍‌ କରିବାରେ ରୋକିବା ନେଇ ଦାବି କରିଥିଲୋ। ବୁଧବାର ମୁସଲିମ୍‌ ପକ୍ଷର ପ୍ରାର୍ଥନା ପତ୍ରରେ କୋର୍ଟ ଆଦେଶ ଶୁଣାଇଛନ୍ତି।  

ଜ୍ଞାନବ୍ୟାପୀ ମାମଲା ନେଇ କୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୂରା ପରିସରର…

ଜ୍ଞାନବ୍ୟାପୀ ସର୍ଭେର ମିଡ଼ିଆ କଭରେଜ୍‌ ଉପରେ ରୋକ୍ –

କହି ରଖୁଛୁ କି, ଜ୍ଞାନବ୍ୟାପୀ ମସଜିଦ୍‌ ପରିସରର ସର୍ଭେର ଆଜି (୧୦ ଅଗଷ୍ଟ) ୭ମ ଦିନ। ଆଲ୍ଲାହାବାଦ ହାଇକୋର୍ଟର ଅନୁମତି ମିଳିବା ପରେ ଏଏସଆଇ ସର୍ଭେ କରୁଛି। କୋର୍ଟ ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ମିଡ଼ିଆକୁ ସର୍ଭେର ରିପୋର୍ଟି ନକରିବାକୁ ଆଦେଶ ଦେଇଛି। ଆଦେଶରେ କୁହାଯାଇଛି କି ସର୍ଭେ ଟିମ୍‌ର ସଦସ୍ୟଙ୍କୁ ମିଡ଼ିଆରେ ବୟାନ ନଦେବା ଉଚିତ୍‌। ହିନ୍ଦୁ ପକ୍ଷର ଓକିଲ ମଦନ ଯାଦବ କହିଛନ୍ତି କି, ଅଦାଲତ ପରାମର୍ଶ ଦେଇଛି କି ଶାନ୍ତି ଭଙ୍ଗ ହେବାର ଆଶଙ୍କାକୁ ନଜରରେ ରଖି ଜ୍ଞାନବ୍ୟାପୀ ମାମଲାର ରିପୋର୍ଟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ଉଚିତ ନୁହେଁ ।

ଜ୍ଞାନବ୍ୟାପୀ ପରିସରରେ ଥିବା କଥିତ ଶିବଲିଙ୍ଗର ହେବ କାର୍ବନ ଡେଟିଂ

ଅଞ୍ଜୁମନ ଇନ୍ତଜମିଆ କମିଟିର କହିବାର ଥିଲା କି, ସର୍ଭେ ଟିମ୍‌ ବା କୌଣସି ଅଧିକାରୀଙ୍କ ପକ୍ଷରୁ ବୟାନ ଆସିନାହିଁ। କିନ୍ତୁ ଖବର କାଗଜ , ନ୍ୟୁଜ୍‌ ଚ୍ୟାନେଲ ଓ ସୋସିଆଲ ମିଡ଼ିଆରେ ଲଗାତାର ଭ୍ରମାତ୍ମକ ଖବର ପ୍ରସାରିତ ହୋଇ ଆସିଛି। ଏଥିପାଇଁ କୋର୍ଟଙ୍କ ଠାରୁ ଦାବି କରାଯାଉଥିଲା କି, ଭ୍ରମାତ୍ମକ ନ୍ୟୁଜ୍‌କୁ ପ୍ରସାରିତ ହେବାରୁ ରୋକିବାର ଆଦେଶ ପାରିତ କରାଯାଉ। ଭିତ୍ତିହୀନ ଖବରର ପ୍ରସାରଣ ରୋକା ନଯିବାକୁ ନେଇ ରବିବାର ମୁସଲିମ୍‌ ପକ୍ଷ ଜାରି ସର୍ଭେର ବହିଷ୍କାର କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ।

ଅଞ୍ଜୁମନ ଇନ୍ତଜମିଆ କମିଟି ଅଭିଯୋଗ ଲଗେଇ ଥିଲା କି ସର୍ଭେ ବେଳେ ଶନିବାର କିଛି ମିଡ଼ିଆ ଗ୍ରୁପ୍‌ ପକ୍ଷରୁ ମସଜିଦ୍‌ରେ ମୂର୍ତ୍ତି , ତ୍ରିଶୀଳ ଓ କଳସ ମିଳିବାର ମିଛ ଖବର ପ୍ରସାରିତ କରିବା ନେଇ ମୁସଲିମ୍‌ ଗୋଷ୍ଠୀର ଭାବନା ଆହତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.