ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ସେନା ଷ୍ଟେସନରେ ଗୁଳିବିନିମୟ; ଜଣେ ଯବାନ ଆହତ, ଅନୁପ୍ରବେଶକାରୀଙ୍କ ପାଇଁ ଜାରି ହେଲା ସର୍ଚ୍ଚ ଅପରେସନ

Published By : Bijay Swain | May 11, 2025 1:18 AM

Image courtesy: theasianage

ଜମ୍ମୁ: ସୁଧୁରିବନି ପାକିସ୍ତାନ। ଅସ୍ତ୍ରବିରତି ଚୁକ୍ତିକୁ ମାତ୍ର ଦିନଟିଏ ପୁରିନି କିନ୍ତୁ ନିଜ ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି ଆତଙ୍କୀସ୍ଥାନ। ଅସ୍ତ୍ରବିରତି ନେଇ ଉଭୟ ଦେଶ ରାଜି ହୋଇଥିଲେ ମଧ୍ୟ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗୁଳିରେ ଜଣେ ଜବାନ ଆହତ ହୋଇଛନ୍ତି। 

ଖବର ମୁତାବକ, ଜମ୍ମୁ ଓ କାଶ୍ମୀରର ନାଗ୍ରୋଟା ସେନା ଷ୍ଟେସନରେ ଶନିବାର ରାତିରେ ଏକ ଅନୁପ୍ରବେଶକାରୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି। ଭାରତୀୟ ସେନାର ହ୍ୱାଇଟ ନାଇଟ କର୍ପସର ସୂଚନା ଅନୁଯାୟୀ, ଷ୍ଟେସନର ଚତୁଃପାର୍ଶ୍ୱରେ ସନ୍ଦେହଜନକ ଗତିବିଧି ଦେଖାଯାଇଥିଲା। ପରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଜାରି ଜାରି ହୋଇଥିଲା। ଯାହା ପରେ ଅନୁପ୍ରବେଶକାରୀଙ୍କ ସହ ସଂକ୍ଷିପ୍ତ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି।




ସେନା ସୂତ୍ରରୁ ଜଣାପଡ଼ିଛି ଯେ ପ୍ରାରମ୍ଭିକ ଗୁଳିବିନିମୟ ପରେ ଅନୁପ୍ରବେଶକାରୀଙ୍କ ସମ୍ପଦ୍ଧରେ ଆଉ କୌଣସି ସୁରାକ ମିଳିପାରିନାହିଁ। ଅନୁପ୍ରବେଶକାରୀମାନଙ୍କୁ ଖୋଜିବା ପାଇଁ ଏକ ବୃହତ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଛି। ଏହି ଘଟଣା ପାକିସ୍ତାନର ଡ୍ରୋନ ଆକ୍ରମଣ ଓ ସୀମାନ୍ତ ଓ ଆନ୍ତର୍ଜାତୀୟ ସୀମାରେ ଗୁଳିବର୍ଷଣ ସହ ଏକକାଳୀନ ଘଟିଛି। ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି। 

ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଏହି ଘଟଣାପେ ଅଧିକ ତଦନ୍ତ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.