ହେମଗିରି, ୧୧/୦୫: ଘୋଗଘରପାଲି ଜଙ୍ଗଲରେ ଏହି ଚଢାଉ କରି କୋଇଲା ଚୋରି ମାମଲାରେ ସଂପୃକ୍ତ ଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ହେମଗିରି ପୋଲିସ । ଘଟଣା ସ୍ଥଳରୁ ଏକ କୋଇଲା ବୋଝେଇ ଟ୍ରାକ୍ଟର ସହ ୪ଟି ସାଇକେଲ ମଧ୍ୟ ପୋଲିସ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ମୁଢ଼ରଖେତ ଗ୍ରାମର ରାଜେଶ ପ୍ରଧାନ କୁଅରକେଲା, ହେମସାଗର ନାଏକ, ନନ୍ଦଲାଲ ମାଝୀ, ଉସତ ସେଠ ଏବଂ ଘାସିରାମ କୁଅର ।
ସୂଚନା ମୁତାବକ, ହେମଗିର ପୋଲିସ ଶନିବାର ବିଳମ୍ବିତ ସଂଧ୍ୟାରେ ଘୋଗଘରପାଲି ଜଙ୍ଗଲରେ ଚଢାଉ କରିଛି । ଘଟଣା ସ୍ଥଳରୁ ପୋଲିସ ଏକ କୋଇଲା ବୋଝେଇ ଟ୍ରାକ୍ଟର ସହ ୪ଟି ସାଇକେଲ ଜବତ କରିଛି । କେବଳ ସେତିକି ନୁହେଁ, ଏହି କୋଇଲା ଚୋରି ମାମଲାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି ପୋଲିସ ।