ନୂଆଦିଲ୍ଲୀ,୧୧।୫: ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଭଳି କିଛି ସୂଚନା ଦେଇଛି ଭାରତୀୟ ସେନା। ରବିବାର ଭାରତର ତିନି ସେନା ଦ୍ୱାରା ‘ଅପରେସନ ସିନ୍ଦୂର’ ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଏଥିରେ ସେନା ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ବାୟୁସେନା ଡିଜିଏମଓ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ଏବଂ ଭାରତୀୟ ନୌସେନା ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି। ସେନା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି। ‘ଅପରେସନ ସିନ୍ଦୂର’ ଆତଙ୍କବାଦଙ୍କୁ ଦଣ୍ଡ ଦେବା ଏବଂ ସେମାନଙ୍କର ଆତଙ୍କ ଭିତ୍ତିଭୂମିକୁ ନଷ୍ଟ କରିବାର ସ୍ପଷ୍ଟ ସାମରିକ ଉଦ୍ଦେଶ୍ୟ ସହିତ ସଂକଳ୍ପିତ ହୋଇଥିଲା।
ମୃତ ଆତଙ୍କୀଙ୍କ ଭିତରେ ମୃତକଙ୍କ ମଧ୍ୟରେ ୟୁସୁଫ ଆଝାର, ଅବଦୁଲ ମଲ୍ଲିକ ରୌଫ, ମୁଦାସିର ଅହମ୍ମଦ ପରି କୁଖ୍ୟାତ ଆତଙ୍କବାଦୀ ଥିଲେ । ୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣକାରୀ ଥିଲେ।,ଏହି ଅପରେସନରେ ଭାରତ ପହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।
୭ ମଇ ସକାଳେ, ସେନା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏକ ଅପରେସନ ଆରମ୍ଭ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ସେହିପର ୬-୭ ମଇର ଅପରେସନରେ ପାକିସ୍ତାନୀ ସେନାର ୩୦ରୁ ୪୦ ଶୀର୍ଷ ଅଧିକାରୀମାନେ ମଧ୍ୟ ନିହତ ହୋଇଥିଲେ। ୧୦ ତାରିଖରେ ପାକିସ୍ତାନ ସେନାର ଡିଜିଏମଓ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲେ ଓ ଭାରତୀୟ ସେନା ତାହାକୁ ଗ୍ରହଣ କରିଥିଲା । ତେବେ ପାକିସ୍ତାନ ଏହାର କିଛି ସମୟ ପରେ ଏହି ବୁଝାମଣାର ଉଲ୍ଲଙ୍ଘନ କରିଥିଲା । ଏହାର ଦୃଢ ଜବାବ ଦିଆଯାଇଥିଲା । ଆସନ୍ତା ୧୨ ତାରିଖ ଦିନ ୧୨ଟା ବେଳେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ।