ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ସହିଦ ଯବାନଙ୍କ ଝିଅର ହୁଙ୍କାର, ପିତାଙ୍କ ବଳିଦାନର ପ୍ରତିଶୋଧ ନେବି

Published By : Prameya | May 12, 2025 11:25 AM

ନୂଆଦିଲ୍ଲୀ ୧୨/୦୫: ଦେଶର ସୀମାକୁ ରକ୍ଷା କରିବାକୁ ଯାଇ ଅପରେସନ ସିନ୍ଦୂର ବେଳେ ସହିଦ ହୋଇଥିବା  ରାଜସ୍ଥାନ ଝୁନ୍‌ଝୁନୁ ଜିଲ୍ଲାର ସୁରେନ୍ଦ୍ର କୁମାରଙ୍କ ପାର୍ଥିବ ଶରୀର ରବିବାର ସକାଳେ  ତାଙ୍କ ଗ୍ରାମରେ ପହଞ୍ଚିଥିଲା । ଜିଲ୍ଲାପାଳ ରାମାବତାର ମୀନା ଓ ପୁଲିସ ଅଧୀକ୍ଷକ ଶରଦ ଚୌଧୁରୀ ଏହି ସମୟରେ ଉପସ୍ଥିତ ଥିଲେ । ଏହାପରେ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ  ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଥିଲା । 

ସହିଦ ସୁରେନ୍ଦ୍ର କୁମାରଙ୍କ ୮ ବର୍ଷର ଝିଅ ବର୍ତ୍ତିକା କହିଛି, ମୋ ପିତା ଦେଶର ରକ୍ଷା କରିବାକୁ ଯାଇ ଶତ୍ରୁମାନଙ୍କୁ ମାରି ସହିଦ ହୋଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ନେଇ  ମୁଁ ଗର୍ବ ଅନୁଭବ କରୁଛି । ଆମେ ତାଙ୍କ ସହ ଶେଷ ଥର ପାଇଁ ଶନିବାର ରାତି ୯ଟାରେ କଥା ହୋଇଥିଲୁ । ସେ କହିଥିଲେ କି କେବଳ ଡ୍ରୋନ୍‌ ଘୂରିବୁଲୁଛି କିନ୍ତୁ  ଆକ୍ରମଣ ହେଉନାହିଁ । ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା ଆବଶ୍ୟକ । ମୁଁ ମୋ ପିତାଙ୍କ ଭଳି ହେବାକୁ ଚାହୁଁଛି । ଏହାପରେ ଯାଇ ମୁଁ ତାଙ୍କ ବଳିଦାନର ପ୍ରତିଶୋଧ ନେଇପାରିବି । 

ସହିଦ  ସୁରେନ୍ଦ୍ର କୁମାର ଏପ୍ରିଲ ୧୫ରେ ନିଜ ପରିବାର ସହ ମିଶି ଡ୍ୟୁଟିକୁ ଫେରିଯାଇଥିଲେ ।  ତାଙ୍କର ୮ ବର୍ଷର ଝିଅ ଓ ୫ ବର୍ଷର ପୁଅ ଅଛନ୍ତି । ଗ୍ରାମବାସୀଙ୍କ ମୁତାବକ, ସୁରେନ୍ଦ୍ର  ନିକଟରେ ଗ୍ରାମରେ ନୂଆ ଘର ତୋଳିଥିଲେ ଏବଂ କିଛିଦିନ ତଳେ ଗୃହ ପ୍ରବେଶ  କରିଥିଲେ । ଗ୍ରାମର ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତ କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.