ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

LoCରେ ପାକିସ୍ତାନକୁ ଦିଆ ଯାଇଛି କଡ଼ା ଜବାବ , ୪୦ ପାକ୍‌ ସୈନିକ ନିହତ : ଭାରତୀୟ ସେନା

Published By : Prameya | May 11, 2025 10:48 PM

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କୀଙ୍କ ବିରୋଧରେ ଲଞ୍ଚ କରାଯାଇଥିବା 'ଅପରେସନ ସିନ୍ଦୂର' ବିଷୟରେ ଭାରତୀୟ ସେନା ରବିବାର ବିସ୍ତୃତ ଭାବେ ସୂଚନା ଦେଇଛି। ସେନା କହିଛି ଯେ, ଏଲଓସିରେ ଯେଉଁ ପାକିସ୍ତାନ ଗତ ଦିନରେ ଖୁବ୍‌ ଫାୟାରିଂ କରିଥିଲା , ଏଥିରେ  ତାଙ୍କର ୪୦ ଯବାନଙ୍କ ମୃତ୍ୟୁ ହୋଇଛି। ଏପଟେ ଭାରତର ମଧ୍ୟ ୫ ଯବାନ ସହିଦ ହୋଇଛନ୍ତି। ସେନା ସ୍ପଷ୍ଟ କରିଛି ଯେ, ଅପରେସନ ସିନ୍ଦୂରରେ ଭାରତର ସବୁ ପାଇଲଟ ସୁରକ୍ଷିତ ଅଛନ୍ତି। ପାକିସ୍ତାନକୁ  ସତର୍କ କରାଯାଇ ସେନା କହିଛି ଯଦି ପାକିସ୍ତାନ ଏବେ ବି ଅସ୍ତ୍ରବିରତିର ଉଲ୍ଲଂଘନ କରେ ତ ତାକୁ କଡ଼ା ଜବାବ ଦିଆଯିବ।

ଡିଜିଏମଓ ଲେଫ୍ଟେନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, କିଛି ଏୟାର କ୍ଷେତ୍ରରେ ଆକାଶରୁ ବାରମ୍ୱାର ହମଲା ହୋଇଛି। ସବୁକୁ ବିଫଳ କରିଦିଆ ଯାଇଛି। ୭ରୁ ୧୦ ମେ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ତୋପ ଓ ଛୋଟ ଛୋଟ ହତିଆର ରେ ଫାୟାରିଂରେ ପାକସ୍ତାନୀ ସେନାର ପାଖାପାଖି ୩୫ରୁ ୪୦ ଯବାନ ମରିଛନ୍ତି। ଏହିପରି ପାକିସ୍ତାନକୁ ଏତେ ଗଭୀର ଯନ୍ତ୍ରଣା ଦେଇଛି ଭାରତ,ଯାହାକୁ ସେ ଦୀର୍ଘଦିନ ଧରି ଭୁଲି ପାରିବ ନାହିଁ। 

ଅନ୍ୟପଟେ, ଯେବେ ଏହା ପଚରାଯାଇ ଥିଲା ଯେ , ଭାରତ ଅପରେସନ ବେଳେ କେତେ ପାକିସ୍ତାନୀ ବିମାନ ମାରି ଖସାଇ ଦେଇଛି , ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି , ତାଙ୍କର ବିମାନକୁ ଆମର ସୀମାରେ ପଶିବାକୁ ଦିଆଯାଇ ନାହିଁ। ଆମେ କିଛି ବିମାନକୁ ମାରି ଖସାଇ ଦେଇଛୁ। ନିଶ୍ଚିତ ରୂପେ , ତାଙ୍କର ବହୁତ କ୍ଷତି ହୋଇଛି , ଯାହା ଆମେ ଦ୍ୱାରା ହୋଇଛି।

ସେନା କହିଛି , ୭ ମଇରେ ଆମର ଉଦ୍ଦେଶ୍ୟ ଆତଙ୍କବାଦୀ ଓ ତାଙ୍କର ଭିତ୍ତିଭୂମିକୁ ଟାର୍ଗେଟ କରିବାର ଥିଲା, କୌଣସି ଅନ୍ୟ ଭିତ୍ତିଭୂମିକୁ ନୁହେଁ । ବିଶେଷକରି ପାକିସ୍ତାନୀ ନାଗରିକ ବା ସେନା ପ୍ରତିଷ୍ଠାନ ଗୁଡ଼ିକୁ ନୁହେଁ ଏବଂ ଆମେ ଏହା ସଠିକତାର ସହ ହାସଲ କରିଛୁ। ହେଲେ ୭ମଇର ସନ୍ଧ୍ୟାରେ , ଆମ ଉପରେ ପାକିସ୍ତାନୀ ମାନବରହିତ ଏୟାର ଭାଇକଲ (ୟୁଏଭି) ଓ ଛୋଟ ଛୋଟ ଡ୍ରୋନ୍‌ରେ ହମଲା କରାଯାଇ ଥିଲା, ଯେଉଁଥିରେ ଆମର ନାଗରିକ ଓ ସେନା ଉଭୟ କ୍ଷେତ୍ରକୁ ଟାର୍ଗେଟ କରିଥିଲେ। ସେସବୁକୁ ସଫଳତା ପୂର୍ବକ ରୋକି ଦିଆ ଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.