ନୂଆଦିଲ୍ଲୀ, ୧୨/୦୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଦିନ ୧୨ଟାରେ ହେବ DGMO (Director General Military operation)ସ୍ତରୀୟ ଆଲୋଚନା। ଅସ୍ତ୍ରବିରତି ପରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ହେଉଛି। ଯୁଦ୍ଧ ସ୍ଥିତି ଏବଂ ସିଜ୍ ଫାୟାର ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ ରାଜୀବ ଘାଇ ପାକିସ୍ତାନ ପ୍ରତିପକ୍ଷ କାସିଫ ଅବଦୁଲ୍ଲାଙ୍କ ସହିତ ଆଲୋଚନା କରିବେ।
ସୂଚନା ଅନୁସାରେ, ହଟଲାଇନରେ ହିଁ ଏହି ଆଲୋଚନା ହେବ। ଉଭୟ କୌଣସି ପ୍ରତ୍ୟକ୍ଷ ଆଲୋଚନା କରିବେ ନାହିଁ। ଏହି ଆଲୋଚନା ପୂର୍ବରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। ପ୍ରଥମରେ ଅସ୍ତ୍ରବିରତି, ଆତଙ୍କବାଦ ଏବଂ ପିଓକେ ବାବଦରେ ହିଁ ଆଲୋଚନା ହେବ। ଦ୍ଵିତୀୟରେ ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ ବାବଦରେ ଆଲୋଚନା ହେବ। ତୃତୀୟରେ ଏସବୁ ବାଦ ଅନ୍ୟ କିଛି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ। ଅର୍ଥାତ ସିନ୍ଧୁଚୁକ୍ତି ବାତିଲ ବଳବତ୍ତର ରହିବ।
ଏହି ଖବରଟିକୁ ପଢନ୍ତୁ-LoCରେ ପାକିସ୍ତାନକୁ ଦିଆ ଯାଇଛି କଡ଼ା ଜବାବ , ୪୦ ପାକ୍ ସୈନିକ ନିହତ : ଭାରତୀୟ ସେନା
‘ଅପରେସନ ସିନ୍ଦୂର’ରେ ସବୁ ଟାର୍ଗେଟ ହାସଲ କରିଛି ଭାରତ । ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ମାଟିରେ ମିଶିଛି । ଶତ୍ରୁପକ୍ଷରୁ ବେଶ୍ କ୍ଷତି ସହିବାକୁ ପଡ଼ିଛି । ମେ’ ୭ରେ ସୀମାପାର୍ ସେନା କାର୍ଯ୍ୟାନୁଷ୍ଠାନରେ ୯ ଆତଙ୍କୀ ଆଡ୍ଡାରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩୫ରୁ ୪୦ ପାକ୍ ସୈନ୍ୟ ତଥା ସାମରିକ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।