ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦ୍ରୋହ ପାଇଁ ଦଣ୍ଡ… ଏହି ମଧ୍ୟପ୍ରାଚ୍ୟ ଦେଶକୁ ଖାଦ୍ୟ ଯୋଗାଣ ବନ୍ଦ କରିଛି ଜାତିସଂଘ, ଲକ୍ଷେ ଲୋକଙ୍କ ଉପରେ କ୍ଷୁଧା ସଂକଟ

ନୂଆଦିଲ୍ଲୀ,୦୬/୧୨: ଯୁଦ୍ଧ ପ୍ରଭାବିତ ୟେମେନକୁ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି ମିଳିତ ଜାତିସଂଘ। ଏହି କାରଣରୁ ଲକ୍ଷ ଲକ୍ଷ ଲୋକ ଭୋକର ସଙ୍କଟ ଦେଇ ଗତି କରୁଛନ୍ତି। ମିଳିତ ଜାତିସଂଘ ଏହି ମଧ୍ୟପ୍ରାଚ୍ୟ ଦେଶରେ ବିଦ୍ରୋହ ପାଇଁ ଏପରି ପଦକ୍ଷେପ ନେଇଛି। ମିଳିତ ଜାତିସଂଘର ଖାଦ୍ୟ ଏଜେନ୍ସି ସେହି ଅଞ୍ଚଳକୁ ଖାଦ୍ୟ ଯୋଗାଣ ବନ୍ଦ କରିଛି, ଯେଉଁଠି ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ନିୟନ୍ତ୍ରଣରେ ଅଛନ୍ତି। ମିଳିତ ଜାତିସଂଘ କହିଛି ଯେ ହୁତି ବିଦ୍ରୋହୀମାନେ ଏହାର ଚୁକ୍ତିନାମା ପାଳନ କରୁ ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ, ହୁତି କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଚୁକ୍ତିରେ ସୀମିତ ଅର୍ଥ ଏବଂ ତ୍ରୁଟି ହେତୁ ୟେମେନକୁ ଖାଦ୍ୟ ଯୋଗାଣ ବନ୍ଦ ହୋଇଯାଇଛି। ଦାତାମାନଙ୍କ ସହ ଆଲୋଚନା ପରେ ଏହି କରୁଣ ନିଷ୍ପତ୍ତି ନିଆଯାଇଛି ବୋଲି ଏଜେନ୍ସି କହିଛି। ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ଯେ, ବିଦ୍ରୋହୀ ଅଧୀନରେ ଥିବା ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏଜେନ୍ସି ସମସ୍ତ ଉଦ୍ୟମ କରିଥିଲା କିନ୍ତୁ ବିଫଳ ହୋଇଥିଲା। 

ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇର ସୁପାରୀ; ୧୮ ମାସର ଷଡ଼ଯନ୍ତ୍ର, ଗୋଗାମେଡି ହତ୍ୟା ମାମଲାର ଜେଲ୍‌ ନେଟଓ୍ବର୍କ

ସରକାରଙ୍କ ଅଧିନସ୍ଥ ଅଞ୍ଚଳକୁ ଜାରି ରହିବ ସାହାଯ୍ୟ:

ରୋମ ସ୍ଥିତ ମିଳିତ ଜାତିସଂଘ ଏଜେନ୍ସି କହିଛି ଯେ, ଏହା ସରକାରୀ ଅଧୀନରେ ଥିବା ସ୍ଥାନଗୁଡ଼ିକୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଭଳି କାର୍ଯ୍ୟକ୍ରମ ଜାରି ରଖିବ। ଏହା ବ୍ୟତୀତ, ସେଠାକାର ଦୁର୍ବଳ ପରିବାରମାନଙ୍କୁ ସାହାଯ୍ୟ ଯୋଗାଇବା ଜାରି ରଖିବ। ଏଜେନ୍ସି ଗୁଡ଼ିକ କହିଛନ୍ତି ଯେ, ଏହା ବର୍ତ୍ତମାନ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଆର୍ଥିକ ସଂକଟକୁ ସାମ୍ନା କରୁଛି, ଯାହାକୁ ସବୁ ମାନବୀୟ କ୍ଷେତ୍ର ମଧ୍ୟ ସାମ୍ନା କରିଛି। 

ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଆକ୍ରମଣକୁ ବଢ଼ାଇଛନ୍ତି: 

ସୂଚନାଥାଉକି, ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଉପରେ ଯେତେବେଳେ ଆକ୍ରମଣ ଆରମ୍ଭ କଲେ, ସେତେବେଳେ ଏଜେନ୍ସି ଏହି ପଦକ୍ଷେପ ସମ୍ପର୍କରେ ଘୋଷଣା କରିଥିଲେ। ଯେଉଁ କାରଣରୁ ବିଶ୍ୱ ବାଣିଜ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ବିଶ୍ବ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ପଥରେ ଯାତାୟାତ ସଂକଟରେ ପଡ଼ିଛି। ହୁତିମାନେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ କରନ୍ତି ଏବଂ ଏହି ଆକ୍ରମଣ ଇସ୍ରାଏଲ-ହାମାସ ଯୁଦ୍ଧ ସହିତ ଜଡ଼ିତ।

ୟେମେନ୍‌ରେ ୮ ବର୍ଷ ହେଲା ଲାଗିରହିଛି ସଂଘର୍ଷ: 

ସୂଚନାଥାଉକି, ଗତ ୮ ବର୍ଷ ଧରି ହୁତି ବିଦ୍ରୋହୀ ଏବଂ ୟେମେନ ସେନା ମଧ୍ୟରେ ଲଢ଼େଇ ଚାଲିଛି। ୨୦୧୪ ରେ ହୁତି ବିଦ୍ରୋହୀମାନେ ଉତ୍ତର ୟେମେନର ଅନେକ ଅଞ୍ଚଳ ଏବଂ ରାଜଧାନୀ ସନାକୁ କବଜା କରିଥିଲେ। ସେବେଠାରୁ ଚାଲିଥିବା ହିଂସାରେ ଦେଢ଼ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩ ମିଲିୟନ ଅର୍ଥାତ୍‌ ୩୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

You can also read: ଚେନ୍ନାଇରେ ବର୍ଷା ତାଣ୍ଡବ; ପାଣି ଘେରରୁ ଆମିର, ବିଷ୍ଣୁ ବିଶାଲ ଉଦ୍ଧାର



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.