ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଘରେ ଲଗାନ୍ତୁ ଏହି ଇଣ୍ଡୋର ପ୍ଲାଣ୍ଟ, ଯାହା ବାୟୁକୁ ରଖେ ପ୍ରଦୂଷଣମୁକ୍ତ...

ପ୍ରତିବର୍ଷ ଶୀତଦିନେ ଅନ୍ୟ ଦିନ ତୁଳନାରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ । ଯାହା ଫଳରେ କେତେକ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଯାଏ । ତେଣୁ ନିଶ୍ୱାସ ନେବାର ସମସ୍ୟା ହେବା ସହିତ ବିଭିନ୍ନ ପ୍ରକାର ସଂକ୍ରମଣର ସମ୍ଭାବନା ମଧ୍ୟ ବଢ଼ିଯାଏ । ହେଲେ ଏମିତି କିଛି ଇଣ୍ଡୋର ପ୍ଲାଣ୍ଟ ଅଛି, ଯାହା ବାୟୁକୁ ପ୍ରଦୂଷଣମୁକ୍ତ ରଖିବା ସହିତ ଶୁଦ୍ଧ ବାୟୁ ପ୍ରଦାନ କରିବାରେ ସହାୟକ ହୁଏ । 

ମନି ପ୍ଲାଣ୍ଟ: ଘରେ କିମ୍ୱା ଅଫିସ୍‌ରେ ରଖାଯାଉଥିବା ସବୁଠାରୁ ସାଧାରଣ ପ୍ଲାଣ୍ଟମାନଙ୍କ ମଧ୍ୟରେ ଗୋଟିଏ ହେଉଛି ମନି ପ୍ଲାଣ୍ଟ । ଏହାକୁ ଗୋଲ୍ଡେନ୍ ପୋଥୋସ୍ ବା ଡେଭିଲ୍ସ ଆଇଭି ନାଁରେ ମଧ୍ୟ ଜଣାଯାଏ । ଏହି ପ୍ଲାଣ୍ଟର ବିଶେଷତା ହେଉଛି ଏହା ରାତିରେ ବି ଅମ୍ଳଜାନ ପ୍ରଦାନ କରିଥାଏ । ତେଣୁ ଏହାକୁ ଘରର ଯେ କୌଣସି ସ୍ଥାନରେ ରଖନ୍ତୁ, ଏହା ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରଦାନ କରିବ । 

ପିସ୍ ଲଲି: ଏହି ପ୍ଲାଣ୍ଟର ପତ୍ର ଗାଢ଼ ସବୁଜ ରଙ୍ଗର ହୋଇଥିବା ବେଳେ ଏହା ପ୍ରାକୃତିକ ରୂପେ ବାୟୁକୁ ବିଶୋଧନ କରିଥାଏ । ଏହି ଗଛ ଘର ଭିତରକୁ ବେନଜେନ୍, ଟ୍ରାଇକ୍ଲୋରୋଇଥେନ୍, ଫର୍ମାଲଡିହାଇଡ୍ ଦୂର କରିଥାଏ । ଯାହା ଇଲେକ୍ଟ୍ରୋନିକ୍ ଏୟାର ପ୍ୟୁରିଫାୟାର ଭଳି କାର୍ଯ୍ୟ କରେ । ବାୟୁକୁ ଏହା ୬୦ ପ୍ରତିଶତ ଶୁଦ୍ଧ କରିବାର କ୍ଷମତା ରଖିଥାଏ । ତେଣୁ ଶ୍ୱାସରୋଗୀଙ୍କ ପାଇଁ ଏହି ଗଛ ଅନେକ ଲାଭଦାୟକ । 

ସ୍ନେକ୍ ପ୍ଲାଣ୍ଟ: ଅନ୍ୟ ଗଛମାନଙ୍କ ପରି ଏହି ଗଛ ମଧ୍ୟ ଏୟାର ପ୍ୟୁରିଫାୟାରର କାର୍ଯ୍ୟ କରିଥାଏ । ଏହା ଜାଇଲିନ୍, ବେନଜିନ୍ ଓ ଟୁଲିନ୍ ଭଳି ପାର୍ଟିକିଲ୍ସକୁ ଅଲଗା କରି ବାୟୁକୁ ଶୁଦ୍ଧ ରଖେ । ଏହି ପ୍ଲାଣ୍ଟକୁ ଭାଇପସ୍ ବୋଷ୍ଟ୍ରିଙ୍ଗ୍ ହେମ୍ପ ନାଁରେ ମଧ୍ୟ ଜଣାଯାଏ । ମନି ପ୍ଲାଣ୍ଟ ଭଳି ଏହା ମଧ୍ୟ ରାତିରେ ଅମ୍ଳଜାନ ଛାଡ଼େ । 

ଏରୋକା ପାମ୍: ଏହି ପ୍ଲାଣ୍ଟ ବାୟୁରେ ଥିବା ଫର୍ମାଲଡିହାଇଡ୍‌ର ସର୍ବାଧିକ ମାତ୍ରାକୁ ଅଲଗା କରିବାରେ ସକ୍ଷମ ହୁଏ । ତେବେ ଏହା ବାୟୁରେ ଥିବା କାର୍ବନ୍ ମନୋକସାଇଡ୍, ବେନଜିନ୍, ଜାଇଲିନ୍ ଏବଂ ଟ୍ରାଇକ୍ଲୋରୋଇଥେଲିନ୍‌କୁ ମଧ୍ୟ ଅଲଗା କରେ । 

ରବର୍ ପ୍ଲାଣ୍ଟ: ଏହାକୁ ଆପଣ ନିଜ ବଗିଚାରେ ଖୁବ୍ ସହଜରେ ଲଗାଇପାରିବେ । ଏହା ମଧ୍ୟ ଅନ୍ୟ ପ୍ଲାଣ୍ଟ ଭଳି ଏୟାର ପ୍ୟୁରିଫାୟାର ଭଳି କାର୍ଯ୍ୟ କରେ । ଏହା ସହ ବାୟୁରେ ଥିବା କାର୍ବନକୁ ଅଲଗା କରେ । ସେହିପରି ଏହା ଘରେ ଥିବା କ୍ଷତିକାରକ କଣିକାକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରେ । 

ଆଲୋବେରା: ଆଲୋବେରାରେ ଅନେକ ଔଷଧିୟ ଗୁଣ ରହିଛି । ଏହାର ଜେଲ୍ ଆମ ତ୍ୱଚା ପାଇଁ ଖୁବ୍ ଲାଭଦାୟକ । ଏହାସହିତ ଏୟାରପ୍ୟୁରିଫାୟାର ଭଳି ମଧ୍ୟ ଏହା କାର୍ଯ୍ୟ କରିଥାଏ । ମନି ପ୍ଲାଣ୍ଟ ଭଳି ଆଲୋବେରା ମଧ୍ୟ ରାତିରେ ଅମ୍ଳଜାନ ପ୍ରଦାନ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.