ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭୂ-କମ୍ପରେ ଥରିଲା ପାକିସ୍ତାନ; ଗୋଟିଏ ମାସରେ ଦ୍ୱିତୀୟ ଝଟକା

Published By : Bijay Swain | May 10, 2025 3:20 AM

ଇସଲାମାବାଦ: ଗୋଟିଏ ମାସରେ ଦୁଇଥର ଭୂ-କମ୍ପରେ ଥରିଲାଣି ପାକିସ୍ତାନ। ଶନିବାର ପାକିସ୍ତାନରେ ରାତି ପ୍ରାୟ ୧ଟା ୪୪ ମିନିଟ୍ (IST) ସମୟରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର କ୍ୱେତାଠୁ ମାତ୍ର କିଛି ଦୁରରେ ଥିବା ରେକର୍ଡ ହୋଇଛି।

ଏହି ଭୂକମ୍ପର ଝଟକା ଇସଲାମାବାଦ, ଲାହୋର, ରାୱଲପିଣ୍ଡି ଏବଂ ଅନ୍ୟାନ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଥିଲା। ତେବେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି କିମ୍ବା ଉଲ୍ଲେଖନୀୟ କ୍ଷତି ହୋଇନଥିବା ଜଣାପଡିଛି।

ଭୂତାତ୍ତ୍ୱିକ ଦୃଷ୍ଟିରୁ ପାକିସ୍ତାନ ଏକ ସକ୍ରିୟ ଭୂକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ। ଯେଉଁଥିରେ ହିନ୍ଦୁକୁଶ ଏବଂ ଅନ୍ୟାନ୍ୟ ପ୍ରମୁଖ ଫଲ୍ଟ ଲାଇନ୍ ରହିଛି। ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ୪.୪ ତୀବ୍ରତାର ଏକ ଭୂକମ୍ପ ଏବଂ ଏପ୍ରିଲ ୧୨ ତାରିଖରେ ୫.୮ ତୀବ୍ରତାର ଏକ ଭୂକମ୍ପ ପାକିସ୍ତାନରେ ଅନୁଭୁତ ହୋଇଥିଲା।

ସ୍ଥାନୀୟ ପ୍ରଶାସନ ଏବଂ ପାକିସ୍ତାନ ବିପର୍ଯ୍ୟୟ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଭୂକମ୍ପ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି।

ଏହା ପାକିସ୍ତାନରେ ଏକ ମାସ ମଧ୍ୟରେ ଦ୍ୱିତୀୟ ଭୂକମ୍ପ ଘଟଣା। ଯାହା ଦେଶର ଭୂତାତ୍ତ୍ୱିକ ସକ୍ରିୟତାକୁ ପୁନର୍ବାର ସୂଚାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.