ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭାରତର ଆକ୍ରମଣାତ୍ମକ ରୂପ ଦେଖି ବିଳିବିଳଉଛି ଆତଙ୍କୀସ୍ତାନ; ନିଜ ବାୟୁସୀମାକୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ରଖିଲା ପାକିସ୍ତାନ

Published By : Bijay Swain | May 10, 2025 5:55 AM

ନୂଆଦିଲ୍ଲୀ: ବିରି ମାଡ ଦେଖି କୋଳଥ ଚେପା। ଭାରତର ଆକ୍ରମଣାତ୍ମକ ରୂପ ଦେଖି ବିଳିବିଳଉଛି ପଡୋଶି ପାକିସ୍ତାନ। ଭୟଙ୍କର ମିସାଇଲ ଆକ୍ରମଣରେ ଡରିଯାଇ ପାକିସ୍ତାନ ସରକାର ଦେଶର ବାୟୁସୀମାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ଖବର ମୁତାବକ, ଏହି ସମୟରେ ଲାହୋର, ଇସଲାମାବାଦ, କରାଚୀ ଓ ସିଆଲକୋଟ ସମେତ ପ୍ରମୁଖ ସହରର ବିମାନବନ୍ଦରଗୁଡ଼ିକରେ ବାଣିଜ୍ୟିକ ଉଡ଼ାଣ ବନ୍ଦ ରହିବ। ଏହି ନିଷ୍ପତ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ଅପରେସନ ସିନ୍ଦୁର ପରେ ନିଆଯାଇଛି। 

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ମଧ୍ୟ ଆଗାମୀ ୧୨ ଘଣ୍ଟା ପାଇଁ ନିଜର ସମସ୍ତ ଉଡ଼ାଣ ବାତିଲ କରିଛି। ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନଆସି ଘରେ ରହିବାକୁ ଓ ପିଆଇଏ କଲ ସେଣ୍ଟର ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି। ସିଆଲକୋଟ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ ରହିଛି। 

ପାକିସ୍ତାନର ତିନିଟି ବଡ ଏୟାର ବେସ ଉପରେ ଭାରତ ରକେଟ ମାଡ କରିଥିଲା। ଭାରତର ଏହି ଆକ୍ସନରେ ପାକିସ୍ତାନର ରଫିକି, ମୁରିଦ ଓ ରାୱଲପିଣ୍ଡି ଏୟାର ବେସ ଧ୍ୱସଂ ହୋଇଯାଇଛି। ଭାରତର ଏହି କଡା କାର୍ଯ୍ୟାନୁଷ୍ଟାନ ଦେଖି ଆଗକୁ ଆକ୍ରମଣ ହେବା ଭୟରେ ପାକିସ୍ତାନ ନିଜ ଏୟାରସ୍ପେସକୁ ବନ୍ଦ କରି ଦେଇଛି।

ଏନେଇ ପାକିସ୍ତାନର ସିଭିଲ ଏଭିଏସନ ଅଥରିଟି କହିଛି ଯେ, ପରିସ୍ଥିତି ସ୍ଥିର ହେଲେ ସାଧାରଣ ଉଡ଼ାଣ କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହେବ। ଏହି ବାୟୁସୀମା ବନ୍ଦ ଯୋଗୁଁ ଅନେକ ପିଆଇଏ ଉଡ଼ାଣ ପ୍ରଭାବିତ ହୋଇଛି ଏବଂ କେତେକ ଉଡ଼ାଣକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.