ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ ୧ ବିଲିୟନ ଡଲାର ଋଣ ମଞ୍ଜୁର କଲା ଆଇଏମଏଫ

Published By : Bijay Swain | May 10, 2025 2:43 AM

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନର ୭ ବିଲିୟନ ଡଲାର ଋଣ କାର୍ଯ୍ୟକ୍ରମର ସମୀକ୍ଷା କରି ୧ ବିଲିୟନ ଡଲାର (ପ୍ରାୟ ୮,୫୦୦ କୋଟି ଟଙ୍କା) ମଞ୍ଜୁର କରିଛି। ଭାରତର ତୀବ୍ର ବିରୋଧ ଏବଂ ଆତଙ୍କବାଦ ପ୍ରତି ପାକିସ୍ତାନର ସମର୍ଥନ ଓ ଅସ୍ଥିର ଋଣ ସ୍ତର ସମ୍ପର୍କରେ ଉଠିଥିବା ଚିନ୍ତା ସତ୍ତ୍ୱେ ଆଇଏମଏଫ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଘଟିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ତା’ର ପ୍ରତିଶୋଧ ସ୍ୱରୂପ ଭାରତର ‘ଅପରେସନ୍ ସିନ୍ଦୁର’ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଗତ ମଇ ୮ ତାରିଖରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଇଏମଏଫ ବୋର୍ଡ ବୈଠକରେ ପାକିସ୍ତାନକୁ ଆର୍ଥିକ ସହାୟତା ବିରୋଧରେ ଭାରତର ଦୃଢ଼ ଆପତ୍ତି ଉଠାଇବ ବୋଲି ଘୋଷଣା କରିଥିଲେ।

ଭାରତର ଆଇଏମଏଫ ଏକ୍ସିକ୍ୟୁଟିଭ ଡାଇରେକ୍ଟର ପରମେଶ୍ୱରନ ଆୟାର ମଇ ୯ ତାରିଖରେ ହୋଇଥିବା ବୋର୍ଡ ବୈଠକରେ ଭାରତର ଅବସ୍ଥାନ ଉପସ୍ଥାପନ କରି ପାକିସ୍ତାନର ଆତଙ୍କବାଦ ବିରୋଧରେ ବିଫଳତା ଏବଂ ଋଣର ଅପବ୍ୟବହାର ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଥିଲେ। ଭାରତ ଏହା ମଧ୍ୟ ଉଲ୍ଲେଖ କରିଥିଲା ଯେ ପାକିସ୍ତାନର ଉଚ୍ଚ ଋଣ ଭାର ଆଇଏମଏଫ ପାଇଁ “ବିଫଳ ଋଣଖୋର” ହୋଇପାରେ। ତେବେ ଋଣ ଦେବା ନେଇ ହୋଭଥିବା ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଥିଲା।

ଆଇଏମଏଫ ଡାଟା ଅନୁସାରେ, ୧୯୫୮ ରୁ ୨୦୨୪ ମଧ୍ୟରେ ପାକିସ୍ତାନ ମୋଟ ୨୫ଟି କିସ୍ତିରେ ଋଣ ଗ୍ରହଣ କରିଛି। ଯାହାର ମୋଟ ମଞ୍ଜୁର ରାଶି ୪୪.୫୭ ବିଲିୟନ ଡଲାର ରହିଛି। ଏଯାଏ ପାକିସ୍ତାନକୁ ୨୮.୨ ବିଲିୟନ ଡଲାରର ପାଣ୍ଠି ବଣ୍ଟନ ହୋଇଛି। ବର୍ତ୍ତମାନ ପାକିସ୍ତାନ ଆଇଏମଏଫକୁ ୮.୩ ବିଲିୟନ ଡଲାର ଋଣ ଦେବାର ବାକି ରହିଛି। ପାକିସ୍ତାନର ଅର୍ଥନୀତି ଚାପରେ ଥିବାବେଳେ ଏହା ଚୀନ, ସାଉଦି ଆରବ ଓ କାତାର ଭଳି ଦେଶ ଏବଂ ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଓ ଏସୀୟ ବିକାଶ ବ୍ୟାଙ୍କ ଭଳି ଅନୁଷ୍ଠାନଙ୍କଠାରୁ ଆର୍ଥିକ ସହାୟତା ଉପରେ ନିର୍ଭର କରି ନିଜ ଦେଶର ଆର୍ଥିକ କାରବାର ପୁରଣ କରୁଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ କାର୍ଯ୍ୟାଳୟ ଏହି ଋଣ ଅନୁମୋଦନକୁ ସ୍ୱାଗତ କରିଛି। କିନ୍ତୁ ଆଇଏମଏଫ ଏ ସମ୍ପର୍କରେ ଆନୁଷ୍ଠାନିକ ମନ୍ତବ୍ୟ ଜାରି କରିନାହିଁ। ଅନ୍ୟପକ୍ଷରେ, ଭାରତ ଅନ୍ୟ ବହୁପାକ୍ଷିକ ଆର୍ଥିକ ଅନୁଷ୍ଠାନଙ୍କୁ ମଧ୍ୟ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଋଣ ଓ ଅନୁଦାନର ସମୀକ୍ଷା କରିବାକୁ ଅନୁରୋଧ କରିବାକୁ ଯୋଜନା କରୁଛି।

ସାମାଜିକ ଗଣମାଧ୍ୟମ ଏକ୍ସରେ ଥିବା ୟୁଜର୍ସ ଆଇଏମଏଫର ଏହି ନିଷ୍ପତ୍ତିକୁ କଡା ନିନ୍ଦା କରିଛନ୍ତି। ତେବେ, ଏହି ଋଣ ପାକିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବ ନା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବଢ଼ାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.