ପ୍ରମୂଖ ଖବର
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ଆଙ୍ଗ୍ଲୋ-କୁକୀ ୱାର୍ ପୁସ୍ତକକୁ ନେଇ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ ୮/୯: ମଣିପୁରର ୨ ପ୍ରଫେସରଙ୍କ ସପୋର୍ଟରେ ବାହାରିଛନ୍ତି ସୁପ୍ରିମକୋର୍ଟ । ଏହି ପ୍ରଫେସରଙ୍କ ବିରୁଦ୍ଧରେ ଏଫଆଇଆର୍ ହୋଇଥିଲା ଏବଂ ଏହାର କାରଣ ଏକ ପୁସ୍ତକ । The Anglo-Kuki War 1917-1919 ନାମକ ଏହି ପୁସ୍ତକ ୨୦୧୯ରେ ପ୍ରକାଶ ପାଇଥିଲା । ମଣିପୁରର ସେହି ପ୍ରଫେସର ଜଣକ ଏହି ପୁସ୍ତକ ଲେଖିଥିଲେ । ତେବେ ତାଙ୍କ ପୁସ୍ତକ ଉପରେ କଟକଣା ଲଗାଇବା ସହିତ ତାଙ୍କ ଗିରଫ ଦାବି ମଧ୍ୟ ହୋଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ତରଫରୁ ଉଭୟଙ୍କୁ ୩ ମାସ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ମିଳିଛି । 

ମଣିପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଜଙ୍ଗଖୋମାଙ୍ଗ ଗୁଇଟେ ଏବଂ ଜେନେୟୁ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଥୋଙ୍ଗଖୋଲାଲ ହାଓକିପ ‘ଦ ଆଙ୍ଗ୍ଲୋ-କୁକି ୱାର୍ ୧୯୧୭-୧୯୧୯’ ନାମକ ପୁସ୍ତକ ସମ୍ପାଦନ କରିଥିଲେ । ଇମ୍ଫାଲ ସ୍ଥିତ ନାଗରିକ ସମାଜ ସଙ୍ଗଠନ ଫେଡରେସନ ଅଫ୍ ହାଓମିର ଅଭିଯୋଗ ଆଧାରରେ ଏଫଆଇଆର୍ ହୋଇଥିଲା । ଏଥିରେ କୁହାଯାଇଥିଲା କି ମଣିପୁରରେ କୌଣସି ଆଙ୍ଗ୍ଲୋ-କୁକି ଯୁଦ୍ଧ ହୋଇନଥିଲା ଏବଂ ପୁସ୍ତକରେ ୧୯୧୭ରୁ ୧୯୧୯ ପର୍ଯ୍ୟନ୍ତ କୁକି ବିଦ୍ରୋହକୁ ଭୁଲ୍ ଉପାୟରେ ଦର୍ଶାଯାଇଛି । ଏପରିକି ପୁସ୍ତକ ଉପରେ କଟକଣା ଲଗାଯିବା ପାଇଁ ମଧ୍ୟ ଦାବି କରାଯାଇଥିଲା । 

ତେବେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଏହା ଦେଖି ଚକିତ ହୋଇଥିଲେ କି ଯେଉଁ ବହି ୨୦୧୮ରେ ଲେଖାଯାଇଛି ଏବଂ ୨୦୧୯ରେ ଛପାଯାଇଛି ସେଥିପାଇଁ କିଭଳି ଏଫଆଇଆର୍ କରାଯାଉଛି । ତେବେ ଜେଏନୟୁ ପ୍ରଫେସରଙ୍କ ପାଇଁ ବରିଷ୍ଠ ଓକିଲ ଆନନ୍ଦ ଗ୍ରୋଭର କୋର୍ଟରେ ହାଜର ହୋଇଥିଲେ । ସେ ନିଜ ଦଲିଲ ରଖିଥିଲେ କି ତାଙ୍କ କ୍ଲାଇଣ୍ଟ ମଣିପୁରରେ ଜଣେ ଓକିଲଙ୍କୁ ନିଯୁକ୍ତି କରିଥିଲେ । କିନ୍ତୁ ତାଙ୍କ ଘର ଏବଂ ଅଫିସ ତଲାସି କରାଯାଇଥିବାରୁ ସେ ଆଉ ନୂଆ ଓକିଲ ନିୟୋଜିତ କରିପାରୁନାହାଁନ୍ତି । ଆନନ୍ଦ ଗ୍ରୋଭର ଏହା ମଧ୍ୟ କହିଥିଲେ କି ପିଟିସନର ଏପର୍ଯ୍ୟନ୍ତ ଏଫଆଇଆରର କପି ମଧ୍ୟ ପାଇନାହାଁନ୍ତି । ତେବେ ଏନେଇ ଖଣ୍ଡପୀଠ ନିଜ ରାୟ ଶୁଣାଇଥିଲେ ।ସୁପ୍ରିମକୋର୍ଟ ପ୍ରଫେସରଙ୍କ ସହିତ କୌଣସି ଜୋର ଜବରଦସ୍ତ କରାଯାଇପାରିବ ନାହିଁ ଏବଂ ତାଙ୍କ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଶୁଣାଇଥିଲେ । ତେବେ ୩ ସପ୍ତାହ ପରେ ଏନେଇ ପୁଣି ଶୁଶାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.