ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡିଜିଟାଲ୍‌ ଇଣ୍ଡିଆକୁ ଚାପୁଡ଼ା : ଓଡ଼ିଶା ଭୋଗୁଛି ‘ସୁଭଦ୍ରା’ ଏବଂ ‘ଇ-କେୱାଇସି’ ଯନ୍ତ୍ରଣା

ଫୁଲବାଣୀ, ୫/୯ : ନୋଟ୍‌ବନ୍ଦୀ ବା ବିମୁଦ୍ରାୟନ ସମୟରେ ଘଟଣାର ପୁନରାବୃତ୍ତି। ବ୍ୟାଙ୍କ ଏବଂ ଏଟିଏମ୍‌ ସାମ୍ନାରେ ଲାଗୁଛି ଲମ୍ବା ଧାଡ଼ି। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ବ୍ୟାଙ୍କ ଏବଂ ଆଧାର କାର୍ଡ ସଂଶୋଧନ କେନ୍ଦ୍ର ବାହାରେ ଲାଇନ୍ କରୁଛନ୍ତି ହିତାଧିକାରୀ। ସେପଟେ ରାସନ କାର୍ଡରେ ଇ-କେୱାଇସି ପୂରଣ ଲାଗି ସରକାରୀ ବଣ୍ଟନ କେନ୍ଦ୍ର, ପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଧରି ପ୍ରତୀକ୍ଷା କରୁଛନ୍ତି। ସାରା ରାଜ୍ୟରେ ଏଭଳି ଅବସ୍ଥା କେନ୍ଦ୍ର ସରକାରଙ୍କ ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଧକ୍କା ଦେଇଛି। 

ସମଗ୍ର ଦେଶରେ ଏବେ ସରକାରୀ ଯୋଜନାକୁ ଅନଲାଇନ୍‌ କରାଯାଉଛି। ଡିବିଟି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ମାତ୍ର ଓଡ଼ିଶା ସରକାର ଦୁଇଟି ବଡ଼ ଯୋଜନାରେ ଅଫଲାଇନ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା, ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ବିଜେପି ସରକାର ଗଠନ ପରେ ସବୁଠୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୪ ତାରିଖରୁ ଯୋଗ୍ୟ ହିତାଧିକାରୀଙ୍କଠାରୁ ଆବେଦନ ଫର୍ମ ଗ୍ରହଣ ଆରମ୍ଭ ହୋଇଛି। ତେବେ ଏହି ଆବେଦନ ପ୍ରକ୍ରିୟାରେ ବହୁ ଜଟିଳ ବ୍ୟବସ୍ଥାକୁ ଖଞ୍ଜି ଦିଆଯାଇଥିବାରୁ ଆଶାୟୀ ମହିଳା ସବୁ କାମଦାମ ଛାଡ଼ି ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ୍‌ ସାମ୍ନାରେ ଦିନ ତମାମ ଧାଡ଼ିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। 

ମୁଖ୍ୟତଃ ରାଜ୍ୟ ସରକାର ଏହି ଯୋଜନା ପାଇଁ ଆଧାର କାର୍ଡକୁ ଗୁରୁତ୍ୱ ଦେଇଛନ୍ତି। ଯୋଜନାରେ ଲାଭ ପାଇବାକୁ ହେଲେ ହିତାଧିକାରୀଙ୍କର ଆଧାର କାର୍ଡ ସହିତ ମୋବାଇଲ୍‌ ନମ୍ବର ସଂଯୋଗ ଓ ଆଧାର କାର୍ଡ ଆଧାରିତ ଆକାଉଣ୍ଟ ନମ୍ବର ଥିବା ବାଧ୍ୟତାମୂଳକ କରାଯାଇଛି। ମାତ୍ର ଗାଁ ଗହଳିର ଲୋକମାନେ ପୂର୍ବରୁ ଏହି ବ୍ୟବସ୍ଥା ସହିତ ଜଡ଼ିତ ନଥିବା ବେଳେ ଅଧିକାଂଶ ମହିଳାଙ୍କର ଆଧାରକାର୍ଡ ସହିତ ଫୋନ୍‌ ନମ୍ବର ସଂଯୋଗ ନାହିଁ। ସେହିପରି ଆଧାର କାର୍ଡରେ ନାମଠାରୁ ଆରମ୍ଭ କରି ବୟସ ଆଦିକୁ ନେଇ ତ୍ରୁଟି ରହିଛି। ଏହି ସମସ୍ୟା ଯୋଗୁଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଯୋଜନାରୁ ବାଦ୍‌ ପଡ଼ିଯିବାର ଭୟ ରହିଛି। ଯାହାଫଳରେ ଏବେ ମହିଳାମାନେ ନିଜର ଆଧାର କାର୍ଡରେ ସଂଶୋଧନ ସହ ମୋବାଇଲ୍‌ ନମ୍ବର ଲିଙ୍କ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ପୋଷ୍ଟ ଅଫିସ୍‌ ଓ ଆଧାର କେନ୍ଦ୍ର ଆଦିରେ ଲମ୍ବା ଭିଡ଼ ଦେଖିବାକୁ ମିଳୁଛି। 

ଭୋରରୁ ମହିଳାମାନେ ସୋର ପୋଷ୍ଟ ଅଫିସ ସାମନାରେ ଧାଡ଼ି ଲଗାଇ ଠିଆ ହୋଇଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏଠାରେ ପୁଲିସ ମୁତୟନ କରାଯାଇଥିଲା । କେବଳ ସୋର ନୁହେଁ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି । ଭୁବନେଶ୍ଵର ଏମ୍‌‌ସରେ ୧୩୮୪ ପଦ ଖାଲି, ଚିକିତ୍ସା ଆଶାରେ ଆସୁଥିବା ରାସନକାର୍ଡ ଇ-କେୱାଇସି କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ସରକାର ରାସନକାର୍ଡରେ ଥିବା ପ୍ରତି ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଲୋକମାନେ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଟିପ ଚିହ୍ନ ସହ ରେଟିନା ସ୍କାନିଂ ଓ ଆଧାର ସଂଯୋଗ ପାଇଁ ଧାଡ଼ି ବାନ୍ଧିଛନ୍ତି। ଏମିତି କି ରାଜ୍ୟ ବାହାରେ ଥିବା ଲୋକମାନେ ମଧ୍ୟ ଏହି କାର୍ଯ୍ୟ ପାଇଁ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ତେବେ ଏସବୁ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ଅତି ସହଜରେ ହେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାର କାହିଁକି ଲୋକମାନଙ୍କୁ ଧାଡ଼ିରେ ଠିଆ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? 

ସୁଭଦ୍ରା ଯୋଜନାରେ ମହିଳାମାନେ ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରରୁ ଫର୍ମ ଆଣି ଏହାକୁ ମାନୁଆଲ୍‌ ଭାବେ ପୂରଣ କରୁଛନ୍ତି। ପୁଣି ଥରେ ଜନସେବା କେନ୍ଦ୍ରକୁ ଯାଇ ସେଠାରେ ଧାଡ଼ିରେ ରହି ଆବେଦନ କରୁଛନ୍ତି। ଏଭଳି ଗୋଲକ ଧନ୍ଦା ସହିତ ଅନେକ ସ୍ଥାନରେ ମହିଳାମାନେ ଦିନ ଦିନ ଧାଡ଼ିରେ ଠିଆ ହେବା ପରେ ମଧ୍ୟ ସେମାନଙ୍କ କାର୍ଯ୍ୟ ହୋଇପାରୁ ନଥିବା ଦେଖିବାକୁ ମିଳୁଛି। କିଛି ସ୍ଥାନରେ ମେସିନ୍‌ ଖରାପ ହେବା ସହିତ କିଛି ସ୍ଥାନରେ ସର୍ଭର ଡାଉନ୍‌ ସମସ୍ୟା ମହିଳାଙ୍କ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.