ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁବାଇରେ ସଲମାନ ଖାନ ସଞ୍ଜୁଙ୍କ ପୁଅକୁ ଭେଟିଲେ , ଭିଡ଼ିଓ ଭାଇରାଲ

ମୁମ୍ବାଇ, ୨୧/୪ : ବଲିଉଡ଼ରେ କିଛି ଅଭିନେତାଙ୍କ ବନ୍ଧୁତା ବହୁ ଲୋକପ୍ରିୟ ଅଟେ । ଏଥିରୁ ଜଣେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ଅଟନ୍ତି ଯାହାଙ୍କ ଦୋସ୍ତି ବହୁ ଦିନରୁ । ସଲମାନ ସଞ୍ଜୟ ଦତ୍ତଙ୍କୁ ବଡ଼ ଭାଇ ମାନିଥାନ୍ତି ଏବଂ ତାଙ୍କ ବନ୍ଧୁତା ସବୁବେଳେ ଫିଲ୍ମରେ କିମ୍ବା କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଯାଇଥାଏ । ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ସଲମାନ ସଞ୍ଜୁଙ୍କ ପୁଅ ଶାହରାନ ଦତ୍ତଙ୍କୁ ଭେଟୁଛନ୍ତି ଏବଂ ସେହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଶାହରାନଙ୍କୁ ଦେଖି ଆପଣଙ୍କୁ ସଞ୍ଜୟ ଦତ୍ତଙ୍କ ପିଲା ଦିନ କଥା ମନେ ପଡ଼ିଯିବ । 

ଗତ ଦିନରେ ସଲମାନ ଖାନ ଦୁବାଇରେ ଥିଲେ । ଯେଉଁଠାରୁ କେତେକ ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଛି । ଏହା ମଧ୍ୟରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ସଲମାନ ଖାନ ନିଜ ଖାସ୍ ବନ୍ଧୁ ସଞ୍ଜୟ ଦତ୍ତଙ୍କ ପୁଅ ଶାହରନ ଦତ୍ତଙ୍କ ସହ ନଜର ଆସୁଛନ୍ତି । ଏହି ଭିଡ଼ିଓରେ ଶାହରନଙ୍କୁ ଦେଖି ଲାଗୁଛି କି ସେ ସମ୍ପୂର୍ଣ୍ଣ ଭାବେ ନିଜ ବାପା ସଞ୍ଜୟଙ୍କ ଭଳି ଅଟନ୍ତି । ଏହି ଭିଡ଼ିଓ ଯେଉଁଭଳି ସାମ୍ନାକୁ ଆସିଲା ଭାଇରାଲ ହେବାରେ ଲାଗିଲା ।

ଏକ ଫାଇଟ ଶୋରେ ସଲମାନ ଖାନ ଯେତେବେଳେ ପହଞ୍ଚିଥିଲେ ତ କେତେକ ସେଲିବ୍ରେଟି ତାଙ୍କୁ ଭେଟିବାକୁ ଲାଗିଥିଲେ । ଏହ ଭିଡ଼ିଓକୁ ଫାଇଟର ଶାହଜେବ ରିଂଦ ସେୟାର କରିଛନ୍ତି । ଏହାର କ୍ୟାପଶନରେ ସେ ସଲମାନ ଖାନଙ୍କ ଲାଗି କିଛି କଥା ଲେଖିଛନ୍ତି, ପିଲା ଦିନୁ ସଲମାନ ଖାନଙ୍କ ଫାଇଟ ସିନ ଦେଖି ଆସୁଛି, ଏବେ ତାଙ୍କ ସାମ୍ନାରେ ଫାଇଟ କରିବାର ସୁଯୋଗ ମିଳିବା ବଡ଼ କଥା ଅଟେ... ଲଭ ୟୁ ଭାଇଜାନ ’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.