ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବିଶ୍ବକପରୁ ବିଦା ହେବା ପରେ ପାକିସ୍ତାନୀ ଖେଳାଳିଙ୍କ ଉପରେ ଆକ୍ସନ ନେବ ପିସିବି

Image Courtesy: indiatv

ଇସ୍ଲାମାବାଦ: ଟି-୨୦ ବିଶ୍ବକପ୍‌ ୨୦୨୪ରୁ ଆଉଟ୍‌ ହୋଇଯିବା ପରେ ପାକିସ୍ତାନ ଟିମ୍‌କୁ ବହୁ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଛି । ଗତାକଲି ଆମେରିକା ବନାମ ଆୟରଲାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ପାକିସ୍ତାନ ପାଇଁ ସୁପର-୮ ଦ୍ବାର ବନ୍ଦ ହୋଇଯାଇଛି । ପ୍ରଥମେ ଆମେରିକା ଏବଂ ପରେ ଭାରତ ପାଖରୁ ପରାଜୟ ଭୋଗିବା ପରେ ପାକିସ୍ତାନ କାନାଡା ବିପକ୍ଷରେ ବିଜୟୀ ହୋଇଥିଲା । କିନ୍ତୁ ଏହି ବିଜୟ ପାକିସ୍ତାନ ପାଇଁ ଯଥେଷ୍ଟ ହେଲା ନାହିଁ । ଆୟରଲାଣ୍ଡ ସହ ମ୍ୟାଚ୍‌ ଖେଳିବା ପରେ ନିଜର ବିଶ୍ବକପ ଅଭିଯାନ ଶେଷ କରିବ ପାକିସ୍ତାନ । 

ଖରାପ ପ୍ରଦର୍ଶନ ଲାଗି ଟିମର ଖେଳାଳିଙ୍କ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି । ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଫଳରେ କେନ୍ଦ୍ରୀୟ କଣ୍ଟ୍ରାକ୍ଟରେ ଥିବା ଖେଳାଳିଙ୍କ ବେତନ କାଟିବା ପାଇଁ ବୋର୍ଡ ଯୋଜନା କରୁଛି ।

 ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ , ବୋର୍ଡର କିଛି ଅଧିକାରୀ ଏବଂ ପୂର୍ବତନ କ୍ରିକେଟର  ଓ ପିସିବି ଅଧ୍ୟକ୍ଷ ମୋହସିନ ନକଭି ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ନେଇ ସମୀକ୍ଷା କରିବେ । ଆବଶ୍ୟକ ପଡ଼ିଲେ ଖେଳାଳିଙ୍କ ଦରମା କାଟିବା ଉପରେ ବିଚାର ହୋଇପାରେ ।

 ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଟିମ୍‌ ୨୦୨୨ ଟି-୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଏଥର ତାଙ୍କ ନେତୃତ୍ବାଧୀନ ପାକିସ୍ତାନ ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବିଦା ହୋଇଛି । ଆଇସିସି ଟି-୨୦ ରାଙ୍କିଙ୍ଗରେ ବି ଦଳକୁ ଖୁବ କ୍ଷତି ହୋଇଛି । ସପ୍ତମ ସ୍ଥାନରେ ପହଞ୍ଚିଯାଇଛି ପାକିସ୍ତାନ ଟିମ୍‌ । ୨୦୨୪ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ନିଜର କ୍ରିକେଟ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ।  

 

  • Pakistan
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.