ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

NDAର ବିଜୟରେ ଖୁବ୍‌ ଖୁସି ଏହି ପାକିସ୍ତାନୀ ବ୍ୟବସାୟୀ , ମୋଦିଙ୍କୁ କଲେ ପ୍ରଶଂସା

ୱାଶିଂଟନ : ପାକିସ୍ତାନୀ ବଂଶୋଦ୍ଭବ ଜଣେ ଆମେରିକୀୟ ବ୍ୟବସାୟୀ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟାର ଶାନ୍ତିପୂର୍ଣ୍ଣ  ଓ ସଫଳ ପରିଚାଳନାରେ , ଭାରତର ଲୋକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତରେ ନୁହେଁ , ବରଂ ପୂରା ଦକ୍ଷିଣ ଏସିଆ ଅଞ୍ଚଳରେ ସ୍ଥିରତାର ଗାରେଣ୍ଟି। ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ସାଜିଦ୍ ତରାର ପିଟିଆଇକୁ ଦେଇ ଥିବା ଏକ ସାକ୍ଷାତ୍କାରରେ କହିଛନ୍ତି , ମୁଁ ସର୍ବଦା କହିଛି କି ଭବିଷ୍ୟତରେ ଭାରତର ସ୍ଥିରତା ପାଇଁ ମୋଦିଙ୍କ ନେତୃତ୍ୱର ଆବଶ୍ୟକତା ରହିଛି, ଯାହା ଅନେକ ଦଳକୁ ଆସିବା ଓ ସମ୍ୱିଧାନକୁ ଅସ୍ଥିର କରିବାରୁ ରୋକି ପାରିବେ। ମୋଦିଙ୍କ ନେତୃତ୍ୱ ଭାରତର ସ୍ଥିରତା ଓ ଭାରତର ଭବିଷ୍ୟତର ଗ୍ୟାରେଣ୍ଟି।

ତରାର କହିଛନ୍ତି , ମୋଦିଙ୍କର ୩ୟ ଥର କ୍ଷମତାକୁ ଆସିବାରେ ପାକିସ୍ତାନର ଲୋକଙ୍କର ଆଶା କି, ଭାରତ ସହ ତାଙ୍କର ସଂପର୍କ ଉତ୍ତମ ହେବ। ଏକ ପ୍ରଶ୍ନର ଜବାବରେ ତରାର କହିଛନ୍ତି କି, ତାଙ୍କୁ ଆଶା କି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବେ। ସେ କହିଛନ୍ତି କି ଏବେସୁଦ୍ଧା ତାଙ୍କ ତରଫରୁ କୌଣସି ଶୁଭେଚ୍ଛା ବାର୍ତ୍ତା ନଆସିବା ନୈରାଶଜନକ । 

ଏହି ବ୍ୟବସାୟୀ କହିଛନ୍ତି , ମୋଦି ଜଣେ ଅନୁଭବୀ ନେତା , ଯିଏକି ବ୍ରିକ୍‌ସ ଓ ଜି-୨୦ ଭଳି ବିଭିନ୍ନ ଅନ୍ତରାଷ୍ଟ୍ରୀୟ ମଞ୍ଚରେ କାମ କରିଛନ୍ତି। ଭାରତରେ ସାଧାରଣ ନିର୍ବାଚନର ସଫଳ ସମାପନରେ ଶୁଭେଚ୍ଛା ଦେଇ ତରାର କହିଛନ୍ତି , ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଏବଂ ଭାରତୀୟ ଗଣତାନ୍ତ୍ରିକ ଶକ୍ତି ଓ ସହଜବୋଧର ପ୍ରମାଣ। ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ମଜବୁତ ଉପରେ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଚୁପ୍‌ କରାଇ ଦେଇଛନ୍ତି ମୋଦି। ଭାରତର ଗଣତନ୍ତ୍ର ମଜବୁତ୍ ସାବ୍ୟସ୍ତ ହୋଇଛି, ଏପରିକି ଆମେରିକା ଠାରୁ ମଧ୍ୟ ଅଧିକ ମଜବୁତ୍।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.