ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୋଟାପା କ୍ୟାନସରର ବିପଦ ପାଲଟି ପାରେ ! ନୂଆ ଅଧ୍ୟୟନରେ ଖୁଲାସା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଶରୀର ଓଜନ ବୃଦ୍ଧି ବା ମୋଟାପା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିନ୍ତୁ ଏଠାରେ ପ୍ରମୁଖ କଥା ହେଲେ ଏହି ମୋଟାପା ବୃଦ୍ଧି ବିପଦ ସାଜିପାରେ। ଆଉ ଆପଣଙ୍କ ଜୀବନରେ ନିରାଶା ଭରିପାରେ।

ନିମ୍ନମାନର ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଲୋକଙ୍କ ଓଜନ ବଢିବାରେ ଲାଗିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବିକ ମୋଟାପା କାରଣରୁ ସମସ୍ୟା ବଢିପାରେ। ଏକ ଅଧ୍ୟୟନରେ ଜାଣିବାକୁ ମିଳିଛି କି, ଅଧିକ ଓଜନ ଯୋଗୁଁ କ୍ୟାନସରର ସଂଖ୍ୟା ଅନେକ ଗୁଣ ବଢି ଚାଲିଛି। ନିକଟବର୍ତ୍ତୀ ଅଧ୍ୟୟନରେ ୪.୧ ମିଲିୟନ ପ୍ରତିଯୋଗୀଙ୍କୁ ସାମିଲ କରାଯାଇଛି। ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଛି କି ମୋଟାପା ସମ୍ୱନ୍ଧିତ କ୍ୟାନସର ଏବେ ୧୦ଜଣରୁ ୪ ଜଣଙ୍କ ମଧ୍ୟରେ ଦେଖିବାକୁ ମିଳେ। ଅଧ୍ୟୟନରେ ୩୦ ପ୍ରକାରର କ୍ୟାନସରକୁ ମୋଟାପା ସହ ଯୋଡ଼ା ଯାଇଛି। ପ୍ରଥମେ ମୋଟାପା ସମ୍ୱନ୍ଧିତ ୧୩ ପ୍ରକାରର ବିପଜ୍ଜନକ ରୋଗ ହେଉଥିଲା, ହେଲେ ଏବେ ଏହି ସଂଖ୍ୟା ୩୨ ହୋଇ ଯାଇଛି।

ସୁସ୍ଥ ଜୀବନଶୈଳୀ ଜରୁରୀ- 

ଯଦିଓ ସମାଜ ଆର୍ଥିକ ବିକାଶ ଓ ନୂଆ ନୂଆ ଉଦ୍ଭାବନକୁ ନେଇ ସମୃଦ୍ଧ ହେଉଛି, କିନ୍ତୁ ସାରା ଦୁନିଆରେ ବହୁ ସଂଖ୍ୟାରେ ଲୋକଙ୍କ ମଧ୍ୟରେ ଡାଏଟିଂର ପାର୍ଟନରେ ଅସୁସ୍ଥର ହେଇଛି , ଯେଉଁଥିରେ ମୋଟାପା ସହ ସମ୍ୱନ୍ଧିତ ଚିନ୍ତା ବଢି ଚାଲିଛି। ଯେଉଁ ପ୍ରକାରରେ ଖରାପ ଡାଏଟ୍ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି , ଏହାକୁ ଦେଖି ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ନିକଟରେ ପ୍ରତିଦିନ ଭୋଜନରୁ ଜଙ୍କ ଫୁଡ୍‌କୁ ହ୍ରାସ କରିବା ଓ ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଆପଣାଇବାରୁ ପରାମର୍ଶ ଜାରି କରିଛନ୍ତି।

କେମିତି ହୋଇଛି ଅଧ୍ୟୟନ – ସ୍ୱିଡେନର ମାଲମୋରେ ଲୁଣ୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇ ଥିବା ଅଧ୍ୟୟନରେ ୪ଦଶକର ଅବଧି ଯାଏ ୪.୧ ମିଲିୟନରୁ ଅଧିକ ପ୍ରତିଯୋଗୀଙ୍କ ଓଜନ ଓ ଲାଇଫ୍‌ଷ୍ଟାଇଲ୍‌ର ଅଧ୍ୟୟନ କରାଯାଇଛି। ଗବେଷକମାନେ ଏକ ଅଧ୍ୟୟନରେ ରୋଗର ୧୨୨ ପ୍ରକାରର ଯାଞ୍ଚ କରିଛନ୍ତି ଏବଂ ମୋଟାପା ସମ୍ୱନ୍ଧ ସହ କ୍ୟାନସରର ୩୨ ରୂପର ଇଙ୍ଗିତ କରିଛନ୍ତି। 

ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନସର ଦ୍ୱାରା ୨୦୧୬ରେ ସ୍ତନ , ଅନ୍ତଃନଳୀ , ଗର୍ଭାଶୟ ଓ ମଳଦ୍ୱାରର କ୍ୟାନସର ସହ୧୩ଟିର ଚିହ୍ନଟ ପୂର୍ବରୁ ହିଁ କରି ନିଆ ଯାଇଥିଲା। ଏହି ଅଧ୍ୟୟନରେ ପ୍ରଥମ ଥର ମୋଟାପା ସହ ସମ୍ୱନ୍ଧିତ ୧୯ ପ୍ରଭାବିତ କ୍ୟାନସରରେ ଘାତକ ମିଲେନୋମା, ଗ୍ୟାଷ୍ଟ୍ରିକ୍ ଟ୍ୟୁମର , ଛୋଟ ଅନ୍ତଃନଳୀ ଓ ପିଟ୍ୟୁଟରୀ ଗ୍ରନ୍ଥିର କ୍ୟାନସର , ଏହା ମୁଣ୍ଡ ଓ ବେକର କ୍ୟାନସର , ଲିଙ୍ଗର କ୍ୟାନସରର ଚିହ୍ନଟ କରାଯାଇଛି। 

ପୁରୁଷଙ୍କ ଠାରେ କିଛି କ୍ୟାନସର ହେବାର ସମ୍ଭାବନା ୨୪ ପ୍ରତିଶତ ଓ ମହିଳାଙ୍କ ଠାରେ ୧୩ ପ୍ରତିଶତ ବଢିଯାଏ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.