ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ବିରୋଧୀ ଦଳ ନେତା ହେଲେ ନବୀନ , ଉପନେତା ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର, ୧୯।୬ : ବିରୋଧୀ ଦଳ ନେତା ହେଲେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି।  ସେହିପରି   ପ୍ରସନ୍ନ ଆଚାର୍ଯ୍ୟ  ବିରୋଧୀ ଦଳ ଉପନେତା ଭାବେ ମନୋନୀତ ହୋଇଛନ୍ତି। ବିଧାୟିକା  ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ  ଭାବେ ଚୟନ ହୋଇଛନ୍ତି । ସେହିପରି ପ୍ରତାପ ଦେବ  ବିରୋଧୀ ଦଳ ଉପସଚେତକ ଭାବେ ମନୋନୀତ ହୋଇଛନ୍ତି । ଏ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

 ବିଜେଡି ବିଧାୟକ ଦଳ ବୈଠକ ଆଜି ଶଙ୍ଖ ଭବନରେ ବସିଥିଲା। ଏଥିରେ ବିଜେଡିର ସମସ୍ତ ନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ। ଏଥିସହ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା , ସଞ୍ଜୟ ଦାସ ବର୍ମା, ଶଶି   ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ  ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ  ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। 

ଦୀର୍ଘ ୨୪ ବର୍ଷ ଧରି ବିଜେଡି କ୍ଷମତାରେ ରହିବା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିଛି।  ସେହିପରି ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିଥିବା ନବୀନ ପଟ୍ଟନାୟକ  ପ୍ରଥମ ଥର ବିରୋଧୀ ଦଳ ନେତା ହୋଇଛନ୍ତି।  ନବୀନଙ୍କ ଶାସନ ସମୟରେ ପ୍ରସନ୍ନ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। । ସେହିପରି ପ୍ରମିଳା ମଲ୍ଲିକ  ପୂର୍ବରୁ ମନ୍ତ୍ରୀ ଓ  ବାଚସ୍ପତି ‌ଭାବେ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.